ଭୁବନେଶ୍ବର : ଉପକୂଳ ଓଡିଶାର ବଙ୍ଗୋପସାଗର ଅଞ୍ଚଳରେ ଗୁରୁଚାପ ସକ୍ରିୟ ରହିଛି। ଏଥିପାଇଁ ଉପକୂଳ ଏବଂ ଏହାର ପାଶ୍ବବର୍ତ୍ତୀ ଅଞ୍ଚଳରେ ଘନ କୁହୁଡି ଦେଖାଦେଇଛି। ଘନ କୁହୁଡି ନେଇ ଶନିବାର ପାଇଁ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି,ବଲାଙ୍ଗିର, ସୁନ୍ଦରଗଡ଼, ସମ୍ବଲପୁର, ଦେବ

ଗଡ଼, ଝାରସୁଗୁଡ଼ା, ବରଗଡ଼କୁ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ରହିଛି। ଏସବୁ ସ୍ଥାନରେ ୨୦୦ ରୁ ୫୦ ମିଟରକୁ ଦୃଶ୍ୟମାନ କ୍ଷମତା ଖସି ଯାଇପାରେ। ଏଥିଲାଗି ଗାଡି ଚଳାଚଳ କରିବାବେଳେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଆଗାମୀ ସପ୍ତାହେ ଭିତରେ ରାଜ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *