କର୍ମଜୀବୀ ମହିଳାଙ୍କ ନାଇଟ୍ ସିଫ୍ଟ ପାଇଁ ଆସିଲା ନୂଆ ବିଜ୍ଞପ୍ତି। ଏଣିକି କର୍ମଜୀବୀ ମହିଳା ରାତିରେ ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟ କରିପାରିବେ। କିନ୍ତୁ ସେଥିପାଇଁ ସେମାନଙ୍କୁ ଦେବାକୁ ପଡ଼ିବ ସହମତି ପତ୍ର। ଏ ନେଇ ଶ୍ରମ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମହିଳା କର୍ମଚାରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇ ଏହି ପରି ପଦେକ୍ଷପ ହେଇଛନ୍ତି ରାଜ୍ୟ ସରକାର।

ବିଜ୍ଞପ୍ତି ଅନୁସାରେ; ଓଡ଼ିଶାରେ ଥିବା ବିଭିନ୍ନ ପ୍ରତିଷ୍ଠାନରେ ମହିଳାମାନେ ରାତିରେ କାମ କରିପାରିବେ । କିନ୍ତୁ ଏଥିପାଇଁ ସେମାନଙ୍କ ଠାରୁ ଲିଖିତ ସହମତିପତ୍ର ନେବା ବାଧ୍ୟତାମୂଳକ କରାଯାଇଛି । କର୍ମକ୍ଷେତ୍ରରେ ଅତି କମରେ ୩ ଜଣ ମହିଳା ଥିବେ। ମହିଳାଙ୍କୁ ନେବାଆଣିବା ପାଇଁ ପରିବହନ ବ୍ୟବସ୍ଥା ରହିବ।  ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା ସହ ପରିବହନ ସୁବିଧା ସହ ମହିଳାଙ୍କୁ ନେବା ଆଣିବା କରୁଥିବା ଡ୍ରାଇଭରଙ୍କ ବ୍ୟକ୍ତିଗତ ତଥ୍ୟ ଯାଞ୍ଚ କରିବ ପୋଲିସ।

ସେହିପରି ଡ୍ୟୁଟି ସମୟ ଦିନ ଓ ରାତି କାର୍ଯ୍ୟ ମଧ୍ୟରେ ଅତିକମରେ ୮ ଘଣ୍ଟାର ବ୍ୟବଧାନ ରହିବ। କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ପାଇଁ ପାଣି, ବାଥ୍‌ରୁମ ବ୍ୟବସ୍ଥା, କର୍ମକ୍ଷେତ୍ରରେ ସିସିଟିଭି ବ୍ୟବସ୍ଥା ଏବଂ ସଠିକ୍ ଲାଇଟ୍ ବ୍ୟବସ୍ଥା କରାଯିବା ।

Leave a Reply

Your email address will not be published. Required fields are marked *