ବିଜେଡିର ଅନେକ ନେତା ଦଳ ଛାଡି ବିଜେପିରେ ମିଶିଥିବା ବେଳେ ରାଜନୀତିରେ ପୁଣି ଏକ ବଡ଼ ଧରଣର ଓଲଟପାଲଟ ହେବାକୁ ଯାଉଛି । ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ଗଞ୍ଜାମ ରାଜନୀତିର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ଖୁବ୍ଶୀଘ୍ର ପଦ୍ମ ଶିବିରରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ସମସ୍ତଙ୍କ ପାଇଁ ଆମ ଦଳର ଦ୍ୱାର ଖୋଲା ରହିଛି । ଯଦି ଆସନ୍ତି ଗଞ୍ଜାମରେ ଶକ୍ତି ବୃଦ୍ଧି ହେବ । ଗଞ୍ଜାମ ଜିଲ୍ଲା ସହିତ ସବୁ ଜାଗାରେ ଶକ୍ତି ବୃଦ୍ଧି ପାଇଁ ଚେଷ୍ଟା କରାଯାଉଛି । ଆମେ ଚାହୁଁଛୁ ଅଧିକରୁ ଅଧିକ ଲୋକ ଆସନ୍ତୁ । ଆମ ସହ ଯୋଡ଼ି ହୁଅନ୍ତୁ । ଦଳ ବିଚାର କରିବ, ନିଷ୍ପତ୍ତି କଲେ ମିଶ୍ରଣ ହେବ । ଅନ୍ୟପଟେ ବିଜେପିରେ ସାମିଲ ଚର୍ଚ୍ଚା ନେଇ ଆରୁଖଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସୂଚନା ଅନୁଯାୟୀ; ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ଯଦି କୌଣସି ଜଣେ ବି ସାଧାରଣ କାର୍ଯ୍ୟକର୍ତ୍ତା ଦଳକୁ ଆସନ୍ତି, ତେବେ ସଂଗଠନ ଆହୁରି ସୁଦୃଢ଼ ହୋଇଥାଏ। ବିକ୍ରମ ଆରୁଖଙ୍କ ଭଳି ଜଣେ ପ୍ରଭାବଶାଳୀ ନେତା ଯଦି ନିଜର ବିପୁଳ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୁଅନ୍ତି, ତେବେ ଗଞ୍ଜାମ ଜିଲ୍ଲାରେ ଦଳର କଳେବର ଓ ଶକ୍ତି ଯଥେଷ୍ଟ ବୃଦ୍ଧି ପାଇବ। ବର୍ତ୍ତମାନ ବିଜେଡି ଭିତରେ ଅନେକ ନେତା ଅସନ୍ତୁଷ୍ଟ ଅଛନ୍ତି, ମାତ୍ର ସେମାନେ ପ୍ରକାଶ କରିପାରୁନାହାନ୍ତି। Post navigation PV Sindhu Wins Maiden Japan: ଜାପାନ ଓପନ୍ ଜିତି ଇତିହାସ ରଚିଲେ ସଟଲର ପିଭି ସିନ୍ଧୁ Parliament’s Monsoon Session: ଜୁଲାଇ ୨୦ରୁ ମୌସୁମୀକାଳୀନ ଅଧିବେଶନ; ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବ ବିଜେଡି