ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ । କୁଆପଥର ମାଡ କାରଣରୁ ବିମାନର ସମ୍ମୁଖ ପାଶ୍ୱର୍ରେ ଆଂଶିକ କ୍ଷତି ଦେଖାଯାଇଥିଲା । ଉଡାଣର ୧୦ ମିନିଟ ପରେ ପୁଣିଥରେ ରନୱେକୁ ଫେରିଥିଲା ବିମାନ । ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କୁଆପଥର ମାଡ଼ ଯୋଗୁଁ ୱିଣ୍ଡସିଲ୍ ଭାଙ୍ଗିବାରୁ ଜରୁରୀ ଅବତରଣ । ଏସମ୍ପର୍କରେ ବିମାନ ବନ୍ଦର ନିର୍ଦ୍ଦେଶକ କହିଛନ୍ତି ଆଜି ଦିନ ଗୋଟାଏ ୪୫ରେ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ବିମାନଟି ବାହାରିଥିଲା। ମାତ୍ର କୁଆପଥର ମାଡ ହେବାରୁ ବିମାନଟି ୧୦ମିନଟ ପରେ ଫେରି ପ୍ରାୟରିଟି ଲ୍ଯାଣ୍ଡିଂ କରିଥିଲା। ବିମାନରେ ୮ କ୍ରିଉ ମେମ୍ବର ସହ ମୋଟ ୧୬୯ ଯାତ୍ରୀ ଥିଲେ। ସମସ୍ତେ ସୁରକ୍ଷିତ ଅଛନ୍ତି। ଅନ୍ଯ ଏକ ବିମାନରେ ଯାତ୍ରୀଙ୍କୁ ଦିଲ୍ଲୀ ପଠାଯିବ ବୋଲି ସେ କହିଛନ୍ତି। Post navigation ଅଗ୍ନି ବର୍ଷାରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ ଅମିତ ଶାହଙ୍କ ଫେକ୍ ଭିଡିଓ ଭାଇରାଲ୍ ପ୍ରସଙ୍ଗ: ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝିଙ୍କ ଗିରଫ ଦାବିକଲା ବିଜେପି