କେନ୍ଦ୍ର ସରକାର କେନ୍ଦ୍ରୀୟ ଫିଲ୍ମ ପ୍ରମାଣପତ୍ର ବୋର୍ଡ (CBFC) ର ପୁନର୍ଗଠନ କରିଛନ୍ତି। ଏହି ନୂତନ କମିଟିରେ ମୋଟ ୧୮ ଜଣିଆ ସଦସ୍ୟଙ୍କୁ ସାମିଲ କରାଯାଇଛି। ଏହି ନୂତନ ଗଠିତ ୧୮ ଜଣିଆ କମିଟିରେ ଓଡ଼ିଶାର ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ନୀଳମାଧବ ପଣ୍ଡା ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏହି ବୋର୍ଡରେ ସିନେମା ଜଗତର ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ମନୋନୀତ କରାଯାଇଛି । ସାମିଲଥିବା ସଦସ୍ୟ ହେଲେ ନୀଳମାଧବ ପଣ୍ଡା, ପ୍ରିୟଦର୍ଶନ, ସୁନୀଲ ଶେଟ୍ଟୀ, ପ୍ରୀତି ଜିଣ୍ଟା, ରୂପାଲି ଗାଙ୍ଗୁଲି, ପଙ୍କଜ ତ୍ରିପାଠୀ, ପ୍ରସନ୍ନଜିତ୍ ଚାଟାର୍ଜୀ, ପଲ୍ଲବୀ ଯୋଶୀ । ନୀଳମାଧବ ପଣ୍ଡାଙ୍କ ଏହି ବୋର୍ଡରେ ସାମିଲ ହେବା ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଏବଂ ଭାରତୀୟ ସିନେମାରେ ଓଡ଼ିଶାର ପ୍ରତିନିଧିତ୍ୱ ଆହୁରି ମଜବୁତ୍ ହୋଇପାରିବ। Post navigation Anemia Detected in Orangutans: ଉଦ୍ଧାର ଓରାଙ୍ଗଉଟାନଙ୍କଠାରେ ଦେଖାଦେଲା ରକ୍ତହୀନତା