ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟ ପରିସରରେ ‘ହାଏ ଆଇ ଷ୍ଟାଣ୍ଡ ଫର୍’ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ହଠାତ୍ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଛାତ୍ର ଗୋଷ୍ଠୀ ଏବିଭିପି ଏବଂ ବିସିଜେଡି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସଭାସ୍ଥଳରେ ପ୍ରଚାର ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ଏହି ବାକ୍‌ଯୁଦ୍ଧ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା, ଯାହା ଫଳରେ ସଭାସ୍ଥଳରେ ଉପସ୍ଥିତ ଥିବା ନେତା ଓ କର୍ମୀମାନେ ଚେୟାରଗୁଡ଼ିକୁ ଭାଙ୍ଗି ଫିଙ୍ଗାଫିଙ୍ଗି କରିଥିଲେ। ଏହି ଭଙ୍ଗାରୁଜା ଯୋଗୁଁ କ୍ୟାମ୍ପସ ପରିସରରେ ଆତଙ୍କ ଓ ବିଶୃଙ୍ଖଳା ଦେଖାଦେଇଛି।

ଏହାପରେ ନିର୍ବାଚନୀ ପରିବେଶକୁ ଶାନ୍ତ ରଖିବା ଏବଂ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସମଗ୍ର ବାଣୀବିହାର କ୍ୟାମ୍ପସରେ ପୋଲିସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *