ପ୍ୟାରିସ ଅଲିମ୍ପିକ୍ସର ମହିଳା କୁସ୍ତିର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଭିନେଶ ଫୋଗଟ୍ । ଅଲିମ୍ପିକ୍ ଚାମ୍ପିଅନ୍ ତଥା ଚାରିଥର ବିଶ୍ୱ ଚାମ୍ପିଅନ୍ ଜାପାନର ୟୁୟୁ ସୁସାକିଙ୍କୁ ୩-୨ରେ ହରାଇଥିଲେ କ୍ବାର୍ଟରଫାଇନାଲରେ ପ୍ରବେଶ କରିଥିଲେ । ମହିଳା ୫୦ କେଜି ବର୍ଗରେ ଭାଗ ନେଇଥିବା ଭିନେଶ ପ୍ରି-କ୍ୱାର୍ଟର ଫାଇନାଲରେ ହିଁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ସୁସାକି ଅନ୍ତର୍ଜାତୀୟ କ୍ୟାରିୟରରେ କୌଣସି ମ୍ୟାଚ୍ ହାରି ନଥିବା ବେଳେ ଆଜି ଭାରତର ଭିନେଶ ଫୋଗଟ୍ ତାଙ୍କ ରେକଡକୁ ଭାଙ୍ଗିଦେଇଛନ୍ତି ।

ପ୍ରି-କ୍ୱାର୍ଟର ଫାଇନାଲ ପରେ କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଓକସାନା ଲିଭାଚିଙ୍କୁ ୭-୫ ହରାଇ ସେମିରେ ପ୍ରବେଶ କରିଛନ୍ତି ଭାରତୀୟ ଭିନେଶ ଫୋଗଟ୍ ।

ସୂଚନାଯୋଗ୍ୟ ଦୁଇଟି ବିଶ୍ବ ଚାମ୍ପିଅନସିପ୍, ତିନିଟି ରାଜ୍ୟଗୋଷ୍ଠୀ, ୮ ଏସିଆନ୍ ଚାମ୍ପିଅନ୍‌ସିପ୍ ପଦକ ଜିତିଥିବା ଭିନେଶ ନିଜ ତୃତୀୟ ପଦାର୍ପଣରେ ୧୪୦ କୋଟି ଭାରତୀୟଙ୍କ ଆଶା ପୂରଣ କରିବାକୁ ଚେଷ୍ଟା କରିଛନ୍ତି। ଗତ ଦୁଇଟି ଅଲିମ୍ପିକ୍ସରେ ତାଙ୍କ ଅଭିଯାନ ଅକାଳରେ ଶେଷ ହୋଇଯାଇଥିବାରୁ ଏଥର ପଦକ ବିଜୟ ଉପରେ ଭିନେଶଙ୍କ ସମସ୍ତ ନଜର ରହିଛି। ୨୦୧୬ ରିଓ ଅଲିମ୍ପିକ୍ସରେ ଗୋଡ଼ ଭାଙ୍ଗିଯିବାରୁ ତାଙ୍କ ଅଭିଯାନ ଅଧାରୁ ଅଟକି ଯାଇଥିଲା। ୨୦୨୦ ଟୋକିଓ ଅଲିମ୍ପିକ୍ସର କ୍ବାର୍ଟରଫାଇନାଲ୍‌ରେ ଭିନେଶ ଅପ୍ରତ୍ୟାଶିତ ପରାଜୟର ସମ୍ମୁଖୀନ ହୋଇଥିଲେ।

Leave a Reply

Your email address will not be published. Required fields are marked *