ରାଜ୍ୟରେ ୮୦ ଦିନରେ ୩୯ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଉପରେ ହୋଇଛି ରେଡ୍‌ । ଆଜି ବିଧାନସଭାରେ ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନ ଭିଜିଲାନ୍ସ ଚଢାଉ ଉପରେ ରହିଥିବା ବେଳେ ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୮୦ ଦିନରେ ୩୯ଜଣ ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ଉପରେ ଭିଜିଲାନ୍ସ ରେଡ୍ କରିଛି । ଏହାସହିତ ୪୯ କୋଟି ୩୫ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଜବତ କରାଯାଇଛି । ସେହିପରି ଗତ ବର୍ଷକ ମଧ୍ୟରେ ୧୧୫ କୋଟିରୁ ଅଧିକ ଆୟ ବହିର୍ଭୁତ ସମ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *