ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ। କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ୱ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ରାଜନଗର ତହସିଲ୍ ଅଫିସ୍ ଆଗରୁ ଧରିଲା ଭିଜିଲାନ୍ସ । ପଟ୍ଟା ସଂଶୋଧନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା କଟକ ଭିଜିଲାନ୍ସ ଟିମ୍। ସୂଚନା ଯୋଗ୍ୟ, ଉତ୍ତରାଧିକାର ଅପଡେସନ୍ ସମ୍ବନ୍ଧୀୟ ଏକ ମ୍ୟୁଟେସନ୍ ମାମଲାରେ ଏକ ରିପୋର୍ଟ ଦାଖଲ କରିବା ପାଇଁ ପ୍ରଦ୍ୟୁମ୍ନ ବେହେରା ଲାଞ୍ଚ ଦାବି କରିଥିଲେ। ଏନେଇ ଜମି ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପୂର୍ବ ଯୋଜନା ମୁତାବିକ ଆଜି ଟଙ୍କା ଦେଉଥିବା ବେଳେଭିଜିଲାନ୍ସ ପଞ୍ଝାରେ ଧରାପଡିଛି। ତାଙ୍କ ନିକଟରୁ ୧୦,୦୦୦ ଟଙ୍କା ଜବତ କରାଯାଇଛି। ଟଙ୍କା ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଆରମ୍ଭ ହୋଇଛି। ତଦନ୍ତ ଜାରି ରହିଛି, ଏବଂ ସନ୍ଧାନ ଆଗକୁ ବଢ଼ିବା ସହିତ ଆହୁରି ବିବରଣୀ ମିଳିବ ନେଇ ଆଶା କରାଯାଉଛି। Post navigation Sand Smuggling: ଯାଜପୁର ଡିଡିଏମ୍ଙ୍କୁ କାହିଁକି ଘଣ୍ଟ ଘୋଡ଼ାଉଛନ୍ତି ସରକାର ? Odisha CM Meets Nitin Nabin: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ