ଅମାପ ସମ୍ପତ୍ତିର ମାଲିକ ତଥା ରାସ୍ତା ଓ ଗୃହ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ ହୋଇଛନ୍ତି । ସମ୍ପତ୍ତି ଦେଖିଲେ ତାଜୁବ ହେବେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଵିଭାଗ ଗିରଫ କରିଥିବା ବେଳେ ଅପରାହ୍ନରେ କୋର୍ଟଚାଲାଣ କରାଯିବ। ୯ଟି ଏକକାଳୀନ ଚଢ଼ଉ କରାଯାଇଥିବା ବେଳେ ତାରାଙ୍କ ପାଖରୁ ୧୦ ଦାମୀ ଫ୍ଲାଟ, ୭ଟି ପ୍ଲଟ, ଅଢ଼େଇ କେଜି ସୁନା, ୩୭୦ ଗ୍ରାମର ହୀରା, ଦାମୀ ଘଣ୍ଟା ଓ କାର ଜବତ ହୋଇଛି । ୨ କୋଟି ୭୦ ଲକ୍ଷ ବ୍ୟାଙ୍କ ଜମା ଥିବା ଜଣାପଡିଛି ।

ଭିଜିଲାନ୍ସର ୯ଟି ଟିମ ସୋମବାର ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଘର, କଟକ ଆଠଗଡ଼ସ୍ଥିତ ପୈତୃକ ଘର ଆଦି ୯ଟି ସ୍ଥାନରେ ଚଢ଼ଉ କରିଥିଲା । ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ୧୦ଟି, ଭୁବନେଶ୍ୱରର ନିଳାଦ୍ରୀବିହାର, ଆଇଗିଣିଆ, ଭରତପୁର, ହଂସପାଳ ଅଞ୍ଚଳରେ ଥିବା ଦାମୀ ଆପାର୍ଟମେଣ୍ଟରେ ୭ଟି ଫ୍ଲାଟ୍ ଥିବା ବେଳେ ଝାରସୁଗୁଡ଼ାରେ ୩ଟି ଦାମୀ ଫ୍ଲାଟ୍ ଅଛି । ଏହାଛଡ଼ା ଭୁବନେଶ୍ୱର, କଟକ ଏବଂ ଜଟଣୀରେ ତାଙ୍କର ୭ଟି ପ୍ଲଟ୍ ବି ରହିଛି ।

Leave a Reply

Your email address will not be published. Required fields are marked *