veteran-bjp-leader-poet-sankarsan-parida-passes-away
ବରିଷ୍ଠ ବିଜେପି ନେତା ଏବଂ ଲୋକପ୍ରିୟ କବି ଶଙ୍କର୍ଷଣ ପରିଡା ଗୁରୁବାର ଦିନ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ପତ୍ନୀ ଏବଂ ଦୁଇ ଝିଅ ଅଛନ୍ତି ।
 
ସେ ପୂର୍ବରୁ ଫୁସଫୁସ କର୍କଟ ରୋଗର ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ । ପରେ ମୁମ୍ବାଇରୁ ଚିକିତ୍ସିତ ହୋଇ ଫେରିଥିଲେ । ତେବେ ପୁଣି ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ତାଙ୍କୁ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରାଯାଇଥିଲା ।
 
ସେ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ଥିଲେ । ପରିଡା ପୁରୀ ଜିଲ୍ଲା ପରିଷଦର ସଭାପତି ଏବଂ ଓଡ଼ିଶା ରାଜ୍ୟ ପଞ୍ଚାୟତ ପରିଷଦର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।
 
ଜଣେ ସାମାଜିକ କର୍ମୀ ଭାବରେ, ସେ ଲୋକଙ୍କ ସେବା କରିବା ପାଇଁ ସକ୍ରିୟ ରାଜନୀତିରେ ନିୟୋଜିତ ରହୁଥିଲେ । ପରିଡ଼ା ଜଣେ ପ୍ରସିଦ୍ଧ କବି ମଧ୍ୟ ଥିଲେ । ସେ ରୋଟାରୀ କ୍ଲବ, ପୁରୀ ର ପୂର୍ବତନ ସଦସ୍ୟ ଥିଲେ । ଆଜି ତାଙ୍କର ଦେହାନ୍ତ ହୋଇଥିବା ତାଙ୍କ ଝିଅ ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।
 
 
 
 
 

By Nirvay

Leave a Reply

Your email address will not be published. Required fields are marked *