ଗଂଜାମ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରୁ ଠାବ ହୋଇଛି ଦୁଇ ଭାଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ  । ମୃତକ ୨ ଭାଇ ହେଉଛନ୍ତି ସୁମୁଣ୍ଡଳ ଗାଁର ସଞ୍ଜୟ ବାରିକ ଓ ଅଜୟ ବାରିକ । ପୂର୍ବ ଶତ୍ରୁତାରୁ ପିଟିପିଟି ହତ୍ୟା ପରେ ଜାଳି ଦେଇଥିବା ସନ୍ଦେହ କରାଯାଉଛି ।

ମୃତକ ଦୁଇ ଭାଇ ସୁମୁଣ୍ଡଳ ଗାଁର । ଆଜି ସକାଳେ ସେମାନଙ୍କ ମୃତଦେହ ମିଳିଥିଲା । ୨ ଭାଇଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା ମାମଲାରେ ଜେଲ୍‌ରୁ ଫେରିଥିଲେ। ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ଅନୁମାନ କରାଯାଉଛି । ଦୁଇ ଭାଇଙ୍କ ମୁହଁକୁ ପୋଡ଼ି ଦିଆଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *