ଭୁବନେଶ୍ବର: ରାଜ୍ୟରେ ସ୍ଥଗିତ ରହିଲା ଡ୍ରାଇଭରଙ୍କ ଆନ୍ଦୋଳନ । ଘଣ୍ଟେ ଦୁଇ ଘଣ୍ଟା ଭିତରେ କାର୍ଯ୍ୟରେ ଯୋଗଦେବେ ଡ୍ରାଇଭର । ସ୍ୱାଭାବିକ ହେବ ପରିବହନ ବ୍ୟବସ୍ଥା । ଡ୍ରାଇଭର ଏକତା ମଞ୍ଚ ସହ ଆଲୋଚନା ପରେ ରାଜ୍ୟ ପରିବହନ କମିଶନର ଏହି ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ଡ୍ରାଇଭରମାନଙ୍କ ଥିବା ଦାବି ସରକାର ପୂରଣ କରିଥିବାରୁ ସେମାନେ ଆନ୍ଦୋଳନ ସ୍ଥଗିତ ରଖିଥିବା ପରିବହନ କମିଶନର କହିଛନ୍ତି ।

ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ବସ୍ ମାଲିକ ସଙ୍ଘର ସମର୍ଥନ ଜଣାଇଥିଲା । ଆନ୍ଦୋଳନ ପ୍ରତି ନୈତିକ ସମର୍ଥନ ଥିବା କହିଥିଲା ବସ୍ ମାଲିକ ସଙ୍ଘ । ଶନିବାର ସଂଧ୍ୟାରେ ବସ୍ ମାଲିକ ସଙ୍ଘ ବସ୍ ଚଳାଚଳ ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *