ପ୍ରଶିକ୍ଷଣ ନେବେ ଶ୍ରୀମନ୍ଦିରର ପାଳିଆ ସେବାୟତ । ଶ୍ରୀଜିଉଙ୍କ ଦୈନନ୍ଦିନ ସେବାରେ ନିୟୋଜିତ ସେବକଙ୍କ ପାଇଁ ହେବ ପ୍ରଶିକ୍ଷଣ । ଏପ୍ରିଲ ୪ ଓ ୫ ତାରିଖ ଦୁଇଦିନ ଧରି ଦିନ ଧରି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଦିନ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ମହାପ୍ରଭୁଙ୍କ ନୀତିକାନ୍ତି ଉପରେ ଅଭିଜ୍ଞ ଓ ବରିଷ୍ଠ ସେବାୟତମାନେ ଯୋଗ ଦେଇ ଶିକ୍ଷା ଦେବେ । ଏପ୍ରିଲ ୨ ତାରିଖ ସୁଦ୍ଧା ସମସ୍ତେ ନିଜର ନାମ ପଞ୍ଜିକରଣ କରିବେ । ସମସ୍ତ ନିଯୋଗ ପ୍ରଶିକ୍ଷଣ ନେବାକୁ ଥିବା ପାଳିଆ ସେବକଙ୍କ ନାମ, ଠିକଣା ଓ ଯୋଗାଯୋଗ ନମ୍ବର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିବେ । ଏପ୍ରିଲ ୨ ତାରିଖ ଅପରାହ୍ନ ସୁଦ୍ଧା ସେବକ କଲ୍ୟାଣ ବିଭାଗରେ ଆବଶ୍ୟକ ପଞ୍ଜିକରଣ କରିବେ । Post navigation ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ଆଇଏଫଏସ ନିଧି ତିୱାରୀ ଐତିହ୍ୟ ଜାତୀୟ ଲିଷ୍ଟରେ ସ୍ଥାନ ପାଇଲା ରଥଯାତ୍ରା-ବାଲିଯାତ୍ରା