ଆଜି ପବିତ୍ର ଗଣେଶ ପୂଜା । ବିଘ୍ନ ବିନାଶକ ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ । ଚଳଚଂଚଳ ପୁର ପଲ୍ଲୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ଗଣେଶ ଆଜି ପୂଜା ପାଇବେ । ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପ୍ରତିଷ୍ଠାନରେ ଭକ୍ତି ଓ ଶ୍ରଦ୍ଧାର ସହ ଗଣେଶ ପୂଜା ପାଳନ କରାଯାଉଛି। ଆଲୋକମାଳାରେ ସଜେଇ ହୋଇଥିବା ତୋରଣ ଓ ସୁସଜ୍ଜିତ ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ। ମନ୍ତ୍ରପାଠ ଓ ଘଣ୍ଟଘଣ୍ଟାର ଧ୍ୱନିରେ ମୁଖରିତ ହେଉଛି ପରିବେଶ। ଏଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ପୂଜାମଣ୍ଡପରେ ଲୋକଙ୍କ ଶୃଙ୍ଖଳିତ ଦର୍ଶନ ସହ ଟ୍ରାଫିକ ପରିଚାଳନା ପାଇଁ ବିଶେଷ ଭାବେ ଧ୍ୟାନ ଦିଆଯାଇଛି। ମଣ୍ଡପ ପକ୍ଷରୁ ବ୍ୟାପକ ଭଲ୍ୟୁଣ୍ଟର ସହ ସିସିଟିଭି ଜରିଆରେ ନଜର ରଖି ପରିଚାଳନା ପାଇଁ ଗୁରୁତ୍ବ ଦିଆଯାଇଛି। Post navigation Women’s Asia Cup: ମହିଳା ଏସିଆ କପ୍ କ୍ରିକେଟ: ଶ୍ରୀଲଙ୍କାକୁ ହରାଇ ଭାରତ ଅଷ୍ଟମ ଥର ପାଇଁ ଚାମ୍ପିଅନ୍