ଭୁବନେଶ୍ୱର ; ଗତ ୨ ଦିନ ହେବ ତାତିରୁ ରାଜ୍ୟବାସୀଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ସଂଧ୍ୟାରେ ରାଜଧାନୀରେ ମାଡ଼ି ଆସିଲା କାଳବୈଶାଖୀ ବର୍ଷା । ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଏବଂ ପ୍ରବଳ ବେଗରେ ପବନ ମଧ୍ୟ ବହୁଥିବା ଦେଖିବାକୁ ମିଳିଛି । କାଳବୈଶାଖୀ ବର୍ଷା ଫଳରେ ରାଜ୍ୟବାସୀଙ୍କୁ ସାମାନ୍ୟ ଅଶ୍ଵସ୍ତି ମିଳିଛି । ଏହାସହ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆହୁରି ୫ ଦିନ ରାଜ୍ୟରେ ବର୍ଷା ରହିବ। କାଳବୈଶାଖୀ ବର୍ଷା ପ୍ରଭାବିତ କରିବ ସାରା ରାଜ୍ୟକୁ। ଆଜି କିଛି ସ୍ଥାନରେ ବର୍ଷା ସହ ୩୦ ରୁ ୪୦ କିମି ବେଗରେ ରେ ଝଟକା ପବନ ବହିଛି । ଉପକୁଳ ଓଡ଼ିଶାରେ ଦେଖିବାକୁ ମିଳିବ ଏହାର ବିଶେଷ ପ୍ରଭାବ । ଆସନ୍ତା ୨୪ଘଣ୍ଟା ପାଇଁ ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ ଏଥିସହ ତାର ପଡୋଶୀ ଜିଲ୍ଲା ମୟୂରଭଞ୍ଜ, କେଉଁଝର , କନ୍ଧମାଳ , ଢେଙ୍କାନାଳ, ରାୟଗଡା ଓ କୋରାପୁଟ ପାଇଁ ୟେଲୋ ଆଲର୍ଟ ଦିଆଯାଇଛି । ଗତକାଲି ୨୦ଟି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ଆଜି ହଠାତ୍ ସଂଧ୍ୟାରେ କାଳବୈଖାଖାୀ ମାଡ଼ି ଆସିଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ଏକାଧିକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ। ତାପମାତ୍ରାରେ ବିଶେଷ ପରିବର୍ତ୍ତନା ଦେଖାଯିବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି। Post navigation ବିଜେଡିକୁ ଜିତାଇବା ପାଇଁ ନିଜର ହିତାହିତ ଜ୍ଞାନ ହରାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା: ବିଜେପି ବିଜେଡିକୁ ଭାଙ୍ଗିବାର ଆବଶ୍ୟକ ନାହିଁ, ବିଜେଡି ଆପେ ଭାଙ୍ଗିଯିବ : ପୀତାମ୍ବର ଆଚାର୍ଯ୍ୟ