ଦେବୀନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ ହୋଇଛି। ସମସ୍ତେ ଗୋଟିଏ ପରିବାରର। ମୃତକମାନେ ହେଲେ ଅସ୍ତରଙ୍ଗ ନିକଟ ବାଲିଡିଆ ଗ୍ରାମର ଓମ୍ ବେହେରା, ରୋହନ ବେହେରା, କାହ୍ନା ବେହେରା। ଘରକୁ ଆସିବାକୁ ବିଳମ୍ବ ହେବାରୁ ପରିବାର ଲୋକ ନଦୀରେ ଯାଇ ଖୋଜିଲା ବେଳେ ସେମାନଙ୍କ ମୃତଦେହ ଭାସୁଥିବା ଦେଖିଥିଲେ।

ପରିବାର ଲୋକେ ତାକୁ ଉଦ୍ଧାର କରି ପ୍ରଥମେ ଅସ୍ତରଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାକୁ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇ ଦେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *