ଆଜି କୃଷକମାନଙ୍କ ବିଭିନ୍ନ ସମସ୍ୟାକୁ ବିଶେଷତଃ ମଣ୍ଡି ଖୋଲିବାକୁ ନେଇ କଂଗ୍ରେସ କିଷାନସେଲ ପକ୍ଷରୁ କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ରାଜ୍ୟ କିଷାନ ସେଲ ଅଧ୍ୟକ୍ଷ ଅଭୟ ସାହୁ କହିଥିଲେ, ରାଜ୍ୟର ବିଜେପି ସରକାରଙ୍କର କଥା ପ୍ରବଳ କାମ ଦୁର୍ବଳ । ପ୍ରତିଦିନ ମନ୍ତ୍ରୀ ପରେ ମନ୍ତ୍ରୀ କହିଚାଲିଛନ୍ତି ମଣ୍ଡି ଆଜି ଖୋଲୁଛି ମଣ୍ଡି କାଲି ଖୋଲିବ । କିନ୍ତୁ ଆଜି ସୁଦ୍ଧା ମଣ୍ଡି ଖୋଲି ପାରିଲା ନାହିଁ । ଧାନଚାଷର ପ୍ରାଣ କେନ୍ଦ୍ର ବରଗଡ଼ ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପ୍ରାୟ ୪୦ ରୁ ୫୦ ଭାଗ ଧାନ ଅମଳ ସରିଲାଣି । ଚାଷୀ ଏପର୍ଯ୍ୟନ୍ତ ଧାନ ମଣ୍ଡିରେ ପୈଠ କରିବାପାଇଁ ଅସମର୍ଥ । ସେ ଆଉ ମଧ୍ୟ କହିଛନ୍ତି ଆହୁରି ଦୁଃଖ ହେଉଛି ଅନେକ ଚାଷୀ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଟୋକନ ପାଇ ନାହାନ୍ତି । ଏ ସରକାର ପଞ୍ଜିକରଣ କରିବାପାଇଁ ଅସମର୍ଥ, ଏ ସରକାର ଟୋକନ ଦେବାପାଇଁ ଅସମର୍ଥ । ବରଗଡ଼ ଜିଲ୍ଳାପାଳଙ୍କ ଅଫିସ ସମ୍ମୁଖରେ ଟୋକନରୁ ବଞ୍ଚିତ ଚାଷୀମାନେ ଆନ୍ଦୋଳନରତ ଅଛନ୍ତି । ସରକାର ଏବଂ ସରକାରୀ କଳର ନିଘାଥିଲା ପରି ବୁଝାପଡ଼ୁ ନାହିଁ । ମଣ୍ଡିତ ଖୋଲିପାରି ନାହିଁ ଅନ୍ୟ ପକ୍ଷରେ ସରକାର ଆଦର୍ଶ ମଣ୍ଡି ଖୋଲିବାରେ ଡିଣ୍ଡିମ ପିଟିଚାଲିଛନ୍ତି । ଆଜି ଗୋଟିଏ ନୂଆ ଭାଷଣ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ । କେନ୍ଦ୍ର ସରକାର ୮ଲକ୍ଷ ମେଟ୍ରିକ ଟନ ଧାନ ଓଡ଼ିଶାରୁ କିଣିବେ ବୋଲି ଘୋଷଣା କରିବାରୁ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏ ଅର୍ଥଶୂନ୍ୟ ଫମ୍ପା ଆବାଜ ମଣ୍ଡି ଖୋଲିନଥିଲା ବେଳେ କେତେଦିନ ଯାଏଁ ସନ୍ତୁଷ୍ଟ କରିବ ଚାଷୀମାନଙ୍କୁ । ଆଜି ବିଧାନସଭା ଅଧିବେସନ ଆରମ୍ଭ ମହାମହୀମ ରାଷ୍ଟ୍ରପତି ବିଧାନସଭାରେ ଅଭିଭାଷଣ ରଖିବେ । ରାଜ୍ୟର ଚାଷୀ ଓ ଚାଷର ସମସ୍ୟା ଓ ରାଜ୍ୟ ସରକାର ସେ ସମସ୍ୟାକୁ ପୂରଣ କରିବାରେ ଅସମର୍ଥ ସେଥିରେ ସ୍ଥାନ ପାଇବବୋଲି ଆଶା କରୁଛୁ । ଯୁଦ୍ଧ କାଳୀନ ଭିତିରେ ମଣ୍ଡି ଖୋଲନ୍ତୁ ରାଜ୍ୟ ସରକାର ଧାନ ସଂଗ୍ରହ କରନ୍ତୁ । ମଣ୍ଡିରେ କଟ୍ଣୀ ଛଟଣୀ ଏଫଏକ୍ୟୁ ମାନ ନିର୍ଦ୍ଧାରଣ ସହିତ ସମସ୍ତ ଅବବ୍ୟସ୍ଥା ଦୂର କରନ୍ତୁ । ସମସ୍ଥ ଅବବ୍ୟସ୍ଥା ଦୂରକରନ୍ତୁ । ଚଳିିତବର୍ଷ କେନ୍ଦ୍ର ସରକାର କ୍ୟୁଂଟାଲ ପିଛା ବୃଦ୍ଧି କରିଥିବା ୬୯ଟଙ୍କା ବୋନସ ସହିତ ଚାଷୀକୁ ପ୍ରାପ୍ୟ ଅର୍ଥ ପ୍ରଦାନ କରନ୍ତୁ । କୌଣସି ହଇରାଣ ଓ ହରକତକୁ ବରଦାସ୍ତ କରାଯିବ ନାହିଁ ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ ସରକାରଙ୍କୁ ଚେତାବନୀ ଦେଇଥିଲେ । ଜାତୀୟ କଂଗ୍ରେସ କିଷାନ ସେଲ ସମ୍ପାଦକ ଅମୀୟ ପଟ୍ଟନାୟକ ଦାବୀ ଜଣାଇଥିଲେ ଯେ, ପ୍ରଦେଶ କିଷାନ କଂଗ୍ରେସର ଘୋଷଣା କରୁଛି ଚାଷୀର ସମସ୍ତ ବଳକା ଧାନ ସରକାର ସଂଗ୍ରହ କରନ୍ତୁ । ୫୫ ବର୍ଷପରେ ଚାଷୀ ଓ ଭାଗଚାଷୀଙ୍କୁ ୧୦ ହଜାର ଟଙ୍କା ମାସିକ ପେନସନ ବିଧେୟକ ଚଳିତ ବିଧାନସଭାରେ ଆଣନ୍ତୁ । ଫସଲବୀମାରେ ଥିବା ଅସଗଂତୀକୁ ଦୂରକରି ଚାଷୀ ପରିବାରର ସ୍ୱାସ୍ଥ୍ୟବୀମା ଲାଗୁ କରନ୍ତୁ ବୋଲି ପ୍ରକାଶ କରିଛନ୍ତି । ଏହି ତିନିଗୋଟି ପ୍ରମୁଖ ଦାବିକୁ ନେଇ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଡିସେମ୍ବର-୪ ଗୁରୁବାର ଦିନ ପ୍ରତ୍ୟେକ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ଉପରୋକ୍ତ ଦାବିଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବାର ପ୍ରତିଶ୍ରୁତି ଓ ପଦକ୍ଷେପ ନନେଲେ ଆନ୍ଦୋଳନ ତୀବ୍ର କରାଯିବ । ଏହା ସହିତ ଏମଏସପି ଗ୍ୟାରେଂଟି, ଏମଏସପି ୩ ହଜାର ଟଙ୍କାକୁ ବୃଦ୍ଧି, ପ୍ରତ୍ୟେକ ଗ୍ରାମପଞ୍ଚାତରେ ଗୋଦାମଘର ନିର୍ମାଣ ଓ ଏଫସିଆଇ ଦ୍ୱାରା ଚାଉଳ କ୍ରୟ କରାଯିବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କଂଗ୍ରେସ କିଷାନ ସେଲ ପକ୍ଷରୁ ଦାବି କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କିଷାନ ସେଲ ଉପାଧ୍ୟକ୍ଷ ଡ. କାର୍ତ୍ତିକ ଚନ୍ଦ୍ର ବରାଳ, କୃଷକ ନେତା ଅରୁଣ ଜେନା, ନିମାଇଁ ରାଉତରାୟ, ସୂର୍ଯ୍ୟ ମହାନ୍ତି, ଅଧିର ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ । Post navigation Bus Strike Called Off: ଡିସେମ୍ବର ୧ ତାରିଖରୁ ବସ୍ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ Bay Of Bengal Storm: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଡିଟୱା’