ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କଲା ଟିମ୍ ଭାରତ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଭାରତ- ଅଷ୍ଟ୍ରେଲିଆମଧ୍ୟରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ । ଭାରତ ଫାଇନାଲ୍ରେ ପହଞ୍ଚିବା ସହ ୨୦୨୩ ଦିନିକିଆ ବିଶ୍ଵକପ୍ ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଆଜି ଅଷ୍ଟ୍ରେଲିଆ ଦ୍ଵାରା ଧାର୍ଯ୍ୟ ୨୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୮.୧ ଓଭରରେ ୬ ଓ୍ଵିକେଟ୍ ହରାଇ ୨୬୪ ରନ୍ କରି ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ । ଭାରତୀୟ ଅଧିନାୟକ ରୋହିତ ଶର୍ମା ୨୯ ବଲ୍ରେ ୨୮ ରନ୍ କରିବା ପରେ ପାଭିଲିୟନ ଫେରିଥିଲେ। ସେ ତାଙ୍କ ଇନିଂସରେ ତିନୋଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଶ୍ରେୟସ ଆୟର ୬୨ ବଲ୍ରେ ୪୫ ରନ୍ କରି ଆଉଟ୍ ହୋଇଥିଲେ। ଅକ୍ଷର ପଟେଲ ୩୦ ବଲ୍ ରେ ୨୭ ରନ୍ କରି ଆଉଟ୍ ହୋଇଥିଲେ। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୯୮ ବଲ୍ ରେ ୮୪ ରନ କରି ପାଭିଲିୟନ ଫେରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୨୪ ବଲ୍ରେ ୨୮ ରନ୍ କରି ଆଉଟ୍ ହୋଇଥିଲେ। କେଏଲ ରାହୁଲ ୩୪ ବଲ୍ରେ ୪୨ ରନ୍ କରି ଅପରାଜିତ ରହିଥିଲେ। Post navigation ବନତାରା ବନ୍ୟଜୀବ ଉଦ୍ଧାର କେନ୍ଦ୍ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି; ଭାଇରାଲ ହେଲା ସିଂହ ଶାବକଙ୍କୁ କ୍ଷୀର ପିଆଉଥିବା ଦୃଶ୍ୟ