ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଧାନସଭାର ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ପାଇଁ ପୂର୍ବତନ ଆଇଏଏସ୍ ଅଫିସର ତଥା ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ) ହସ୍ପିଟାଲ ପରିଦର୍ଶନ କରିଛନ୍ତି। ସେଠାରେ ସେ ରଜନୀକାନ୍ତ ସିଂହଙ୍କୁ ସାକ୍ଷାତ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ଗସ୍ତ ସମୟରେ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସଙ୍କ ସମେତ ବିଜେଡିର ଅନେକ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ସମସ୍ତ ନେତା ହସ୍ପିଟାଲରେ ଉପସ୍ଥିତ ରହି ଚିକିତ୍ସା କରୁଥିବା ଡାକ୍ତରୀ ଦଳଙ୍କ ସହ ଆଲୋଚନା କରିଥିଲେ ଏବଂ ସ୍ୱାସ୍ଥ୍ୟାବସ୍ଥାର ନିୟମିତ ତଦାରଖ କରିବାକୁ ଅନୁରୋଧ କରିଥିଲେ। Post navigation BJD Slams Over Safety of Women and Tourists: ବିଜେପି ଶାସନରେ ଅସୁରକ୍ଷିତ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ: ସରକାରଙ୍କୁ ବିଜେଡିର କଡ଼ା ସମାଲୋଚନା Odisha Police Recruitment 2026: ୭୨୬୮ଟି ପୋଲିସ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କଲା OUSSSC