ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣାକୁ ନେଇ ତେଜୁଛି ରାଜନୀତି । ପୀଡ଼ିତା ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ସରକାରଙ୍କ ଚାପରେ ପୋଲିସ ନୀରବ ହୋଇ ବସିଛି ତେଣୁ ଏ ପର୍ଯ୍ୟନ୍ତ କୌଣସି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରି ନାହିଁ ବୋଲି କହିଛନ୍ତି ବିଜେଡ଼ି ନେତା ସୁବ୍ରତ ଛାଟୋଇ ।

ସେ କହିଛନ୍ତି ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଏକ ସନ୍ଦେହ ଜନକ। ଯେଉଁଦିନ ପୀଡିତାଙ୍କ ସହ ଏହି ପରି ଘଟଣା ଘଟିଥିଲେ ସେ ନିଜେ କହିଥିଲେ ୩ ଜଣ ପିଲା ମତେ ଉଠାଇ ନେଇ ମୋତେ ଜାଳି ଦେଇଛନ୍ତି । ପୀଡ଼ିତାଙ୍କ ମାଆ ମଧ୍ୟ ପୁଲିସ ପାଖରେ ଅଭିଯୋଗ କରିଥିଲେ । ଚପଲ, କିରୋସିନ ବୋତଲ ମିଳିଲା କିନ୍ତୁ ଦୋଷୀ କୁଆଡେ ଗଲେ । ପୋଲିସ ଚୁପ୍ କଣ ପାଇ ରହିଛି ।

ସୁବ୍ରତ ଆଉ ମଧ୍ୟ କହିଛନ୍ତି ବିଜେଡ଼ି ଯେଉଦିନ ବଳଙ୍ଗା ଥାନା ଘେରାଉ କରିଥିଲୁ ସେଠି ଆମକୁ ପ୍ରତିଶୃତି ଦିଆଯାଇଥିଲା ଯେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି ବହୁତ୍ ଯଦି ଦୋଷୀ ଦଣ୍ଡ ପାଇବ । କିନ୍ତୁ ପୀଡିତାଙ୍କ ମୃତ୍ୟୁ ହୋଇଗଲା ପଛେ ଦୋଷୀକୁ ଖୋଜି ପାରିଲେ ନାହିଁ ପୋଲିସ । ସରକାରଙ୍କ ଚାପରେ ପୋଲିସ ନୀରବ ହୋଇ ବସିଛି ପୋଲିସ। ଦିଲ୍ଲୀ ଏମ୍ସରେ ପୀଡିତାଙ୍କୁ ଦେଖା କରି ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଝିଅ ଏବେ କଥା କହୁଛି ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ । କିନ୍ତୁ ପରବର୍ତ୍ତୀ ସମୟରେ ଏମିତି କଣ ହେଲା ଯେ ହଠାତ ପୀଡିତାଙ୍କ ଦେହାନ୍ତ ହୋଇଗଲା ।

ସୁବ୍ରତ ଅଭିଯୋଗ କରିଛନ୍ତି ଯେ ପୀଡିତାଙ୍କ ଦେହାନ୍ତ ଯଥେଷ୍ଟ ପୂର୍ବରୁ ହୋଇଥିଲା କିନ୍ତୁ ରାଜ୍ୟ ସରକାର ବିଳମ୍ବରେ ସୂଚନା ଦେଲେ । ଏହା ସହ ପୀଡ଼ିତାଙ୍କ ବାପାଙ୍କ ସଙ୍ଗେ ସଙ୍ଗେ ଷ୍ଟେଟମେଣ୍ଟ ଆସିଗଲା ମୋ ଝିଅକୁ ନେଇ ରାଜନୀତି କରନ୍ତୁ ନାହିଁ । ମୋ ଝିଅ ମାନସିକ ଦୁଶ୍ଚିତାରେ ରହିଥିଲା । ଏହା ପୂର୍ବରୁ fm ପୀଡିତାଙ୍କ ବାପା ମଧ୍ୟ ଏକ କଥା କହିଥିଲେ । ମୃତ ଦୁଇ ପୀଡିତାଙ୍କ ବାପାଙ୍କ କଥା ସମାନ। ତେଣୁ ଆମକୁ ସନ୍ଦେହ ହେଉଛି ଯେ ଏହି ସବୁ ଘଟଣା ଭିତରେ ନିଶ୍ଚିତ କିଛି ଷଡ଼ଯନ୍ତ୍ର ଚାଲିଛି ।

ସେ ଆଉ ମଧ୍ୟ କହିଛନ୍ତି ବଳଙ୍ଗା ପୀଡିତାଙ୍କ ମୃତ୍ୟୁ କୁ ନେଇ ଓଡିଶା ପୁଲିସ ନିଜ ସୋସିଆଲ ମିଡିଆର ପୋଷ୍ଟ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ପୋଲିସ ଅନୁସାରେ କଣ ପୀଡ଼ିତ ନିଜେ ନିଜକୁ ଜାଳି ଦେଇଛି ? ଘଟଣାକୁ ଗୋଟେ ଭିନ୍ନ ମୋଡ ଦେଉଛନ୍ତି ରାଜ୍ୟ ସରକାର।

ସୂଚନା ଯୋଗ୍ୟ; ବଳଙ୍ଗା ପୀଡିତା ଦିଲ୍ଲୀ ଏମ୍ସରେ ଥିବା ବେଳେ  ବିଜେଡିର ଏକ ପ୍ରତିନିଧି ସେଠାକୁ ଯାଇ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ସାଂସଦ ଶୁଭାଶିଷ ଖୁଣ୍ଟିଆ, ଡ. ସସ୍ମିତ ପାତ୍ର, ସୁଲତା ଦେଓ, ନିରଞ୍ଜନ ବିଶିଙ୍କ ସହ ଯୁବ ନେତା ସୁବ୍ରତ ଛାଟୋଇ ଏମ୍ସକୁ ଯାଇଥିଲେ ।

Leave a Reply

Your email address will not be published. Required fields are marked *