ଛାତ୍ର ଜୀବନରୁ ହିଁ ଭବିଷ୍ୟତ ଗଢ଼ିବାର ମୂଳଦୁଆ ପଡ଼ିଥାଏ। ସେହିପରି ଛାତ୍ର ଜୀବନରୁ ହିଁ ନେତୃତ୍ୱ ନେବାର କ୍ଷମତା ଓ ସେବା ମନୋବୃତ୍ତି ଭବିଷ୍ୟତରେ ଜଣେ ଭଲ ରାଜନେତା ଓ ସେବକ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ସେଥିପାଇଁ ଆରମ୍ଭରୁ ହିଁ ଏଥିପ୍ରତି ରୁଚି ରହିବା ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ନିର୍ବାଚନ କରାଯାଇଥାଏ। ଯାହାଦ୍ୱାରା ଆଗାମୀ ଦିନ ପାଇଁ ନେତାଙ୍କୁ ପ୍ରସ୍ତୁତ କରାଇଥାଏ।

ଲୁଲୁ ମହାପାତ୍ର, ଧର୍ମେନ୍ଦ୍ର ପ୍ରଧାନ ଓ ଅରୁଣ ସାହୁଙ୍କ ଭଳି ଅନେକ ନେତା ଯୁବ ଓ ଛାତ୍ର ନେତାଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ମଧ୍ୟରେ ବି ଛାତ୍ର ଜୀବନରୁ ରାଜନେତା ହେବ ଆଶା ଥିଲା। ଯାହା ଆଜି ସଫଳ ହୋଇଛି।

କିନ୍ତୁ ଦୁଃଖର ବିଷୟ ଭି.କେ. ପାଣ୍ଡିଆନଙ୍କ ଭଳି ନେତା ଯେବେଠୁ ବିଜେଡି ଶାସନର ମଙ୍ଗ ଧରିଲେ ସେବେଠୁ ରାଜନୀତିର ପରିଭାଷା ବଦଳିଗଲା। ଶ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଛାତ୍ର ରାଜନୀତି ସମାପ୍ତ ହୋଇଯାଇଥିଲା। ଅମଲାତନ୍ତ୍ରକୁ ହିଁ ପ୍ରାଧାନ୍ୟ ମିଳୁଥିଲା। ସେମାନେ ହିଁ ଓଡ଼ିଶାବାସୀଙ୍କୁ ଶାସନ କଲେ ନେତା ନୁହେଁ। ବିଜେଡି ସରକାର ସମୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଗଲା। ସେମାନଙ୍କ ମନରେ ଏବିଭିପିଠୁ ପରାସ୍ତ ହେବାର ଭୟ ଥିଲା ଯିଏ ୨୦୧୪ରେ ନୂଆ କରି ଓଡ଼ିଶାରେ ମୁଣ୍ଡ ଟେକିଥିଲା।

ଏବେ ରାଜନୀତିରେ ନୂଆ ବିପ୍ଳବ ଆସିଛି। ଦୀର୍ଘ ୨୪ ବର୍ଷ ପରେ ସରକାର ବଦଳିଛି। ବିଜେପି କ୍ଷମତାକୁ ଆସିଛି। ଛାତ୍ର ରାଜନୀତିକୁ ପୁଣି ପ୍ରାଧାନ୍ୟ ଦିଆଯିବ ବୋଲି ଆଶା ଅଛି। ଛାତ୍ର ସଂସଦ ନିର୍ବାଚନ ପୁଣିଥରେ ଅନୁଷ୍ଠିତ ହେବ ବୋଲି ଭରସା ଅଛି । ଏହାହିଁ ହେବ ନୂଆ ଓଡ଼ିଶା, ଛାତ୍ରଙ୍କ ଓଡ଼ିଶା।

Leave a Reply

Your email address will not be published. Required fields are marked *