ଶ୍ରୀମନ୍ଦିରରେ ଲୁହା କଡ଼େଇରେ ଅବଢ଼ା ରନ୍ଧାହେବା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହି ପ୍ରସଙ୍ଗରେ ସମୀକ୍ଷା ଚାଲିଛି। ନୀତିକାନ୍ତିରେ ବିଭ୍ରାଟ କଲେ କୋଠର ପଦକ୍ଷେପ ନିଆଯିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ କଠୋର ପଦକ୍ଷେପ ନେବାକୁ ଜଣାଇ ଦିଆଯାଇଛି।

କାଲି ଏହି ଘଟଣାରେ ୩ ସୁପକାରଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସେମାନଙ୍କୁ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ ନିଷିଦ୍ଧ କରାଯାଇଥିବା ବେଳେ ଜଣେ ପାଳିଆ ସେବକ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଥିଲା । ଏଥିସହ ସମସ୍ତଙ୍କୁ ଶ୍ରୀମନ୍ଦିର ପ୍ରଶାସନ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା।

Leave a Reply

Your email address will not be published. Required fields are marked *