ଚଳିତ ମାସରେ ପୁନର୍ଗଠନ ହେବ ରାଜ୍ୟରେ ମିଶନଶକ୍ତି ଯୋଜନା ଅଧୀନରେ ଚାଲିଥିବା ସ୍ୱୟଂ ସହାୟକ ଗୋଷ୍ଠୀ(SHGs)। ଏନେଇ ଆଜି ସୂଚନା ଦେଉଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ବର୍ତ୍ତମାନ ନୂଆ ନିଯୁକ୍ତି ଚାଲିଛି, ପୂର୍ବ ସଭାପତି ଏବଂ ସମ୍ପାଦକଙ୍କ ସ୍ଥାନରେ ନୂଆ ନିଯୁକ୍ତି ହେବ। GPLF, ଓ CPL, BLFଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ । ସେ ଆଉ ମଧ୍ୟ କହିଛନ୍ତି ପୂର୍ବ ସରକାରରେ ବହୁ ମହିଳା SHGରୁ ବଞ୍ଚିତ ଅଛନ୍ତି । ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସବୁ ଘରକୁ ଯୋଡ଼ିବାକୁ ଆରମ୍ଭ କରିଛନ୍ତି । ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ୍ ସହ ଯୋଡ଼ିଥିଲେ । ଏବେ ସମସ୍ତଙ୍କୁ GPL ନିର୍ବାଚନରେ ଭାଗ ନେବାକୁ ସୁଯୋଗ ମିଳିବ। ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି ବାହାରକରି ନୂଆ ହେବେ । ତୃଣମୂଳ ସ୍ତରରେ ନେତୃତ୍ବ ସୃଷ୍ଟି କରିବାକୁ ଚେଷ୍ଟା ହେବ । ୨ ଥର ୪ ବର୍ଷରୁ ଅଧିକ ସମୟ ରହିଥିଲେ ପୁନଃନିଯୁକ୍ତି ମିଳିବ ନାହିଁ। ସୂଚନା ଯୋଗ୍ୟ; ଓଡ଼ିଶାରେ “ମିଶନ ଶକ୍ତି” ଯୋଜନା ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପ୍ରମୁଖ କାର୍ଯ୍ୟକ୍ରମ। ୨୦୦୧ ମସିହାରେ ଏହାର ସୂଚନା ହୋଇଥିଲା ଏବଂ ଏହା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (WSHGs) ଗଠନ ଓ ପରିଚାଳନା ମାଧ୍ୟମରେ କାର୍ଯ୍ୟ କରେ। ଏହି ଯୋଜନାର ଢାଞ୍ଚା ନିମ୍ନଲିଖିତ ଉପାୟରେ ବିଭିନ୍ନ ସ୍ତରରେ ସଂଗଠିତ ହୋଇଛି। Post navigation ୱକଫ ବିଲ୍ରେ ବିଜେଡି ଭୋଟିଂ ଘଟଣା; ପାଣ୍ଡିଆନଙ୍କୁ ଦାୟୀ କଲେ ବିଜେଡିର ବରିଷ୍ଠ ନେତା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଛି ଯୋଗ ମହୋତ୍ସବ