ସରିଲା ଶ୍ରୀଜିଉଙ୍କ ଅଧରପଣା ନୀତି । ଶ୍ରୀଜିଉଙ୍କୁ ଲାଗି ହେଲା ୯ଟି ହାଣ୍ଡିରେ ପଣା । ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ଆଦିରେ ପଣା ପ୍ରସ୍ତୁତ କରାଯାଇଥିଲା ପଣା । ଶ୍ରୀଜିଉଙ୍କୁ ଲାଗି ପରେ ଅଶରୀରୀଙ୍କ ତୃପ୍ତି ପାଇଁ ଭଙ୍ଗାଗଲା ହାଣ୍ଡି।  ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଭାଙ୍ଗିଛନ୍ତି। ଦର୍ଶନ ସହ ମୁକ୍ତି ପାଇଁ ଘୁରି ବୁଲୁଥାନ୍ତି ଚଣ୍ଡୀଚାମୁଣ୍ଡା । ତୃପ୍ତ କରିବା ପାଇଁ ରଥାରୁଢ଼ ଶ୍ରୀବିଗ୍ରହଙ୍କ ପାଖରେ ଲାଗିହେଲା। ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡ଼ଓଡିଆ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିଲା ।

ସୂଚନାଯୋଗ୍ୟ; କିମ୍ବଦନ୍ତୀ ଅନୁସାରେ ଉକ୍ତ ଭୋଗ ପଣା ପାଶ୍ୱର୍ଦେବାଦେବୀ, ଅଶରୀର, ଚଣ୍ଡୀ ଓ ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଏ । ଠାକୁରଙ୍କ ମଧ୍ୟାହ୍ନଧୂପ ବଢିବା ପରେ ଅଧରପଣା ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଆସନ୍ତାକାଲି ନିଳାଦ୍ରିବିଜେରେ ଶ୍ରୀମନ୍ଦିର ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି ।

Leave a Reply

Your email address will not be published. Required fields are marked *