ଚଳିତବର୍ଷ ନିର୍ବାଚନର ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ଓଡ଼ିଶା ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୟୂରଭଞ୍ଜ ବାରିପଦାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବୁଧବାର ବାରିପଦାରେ ପହଞ୍ଚିବା ସହ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଆଜି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ। ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳୁଛି। ତୃତୀୟ ଥର ମଜବୁତ ମୋଦି ସରକାର ବନିବା ନିଶ୍ଚିତ ହୋଇଛି।

ସେ ଆହୁରି କହିଛନ୍ତି ମୋଦୀ ସରକାର ଆପଣଙ୍କ ବିଦ୍ୟୁତ୍ ବିଲ୍ ଶୂନ୍ୟ କରିବ, ଆପଣଙ୍କୁ ବିଦ୍ୟୁତ୍ ବିକ୍ରି କରି ରୋଜଗାର ଦେବ । ଓଡ଼ିଶାରେ ୨୫ ବର୍ଷର ବିଜେଡି ସରକାରର ଶାସନରେ ପୂର୍ଣ୍ଣଛେଦ ପଡ଼ିବ। ଜୁନ୍ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଏଥିଲାଗି ମୁଁ ଆପଣମାନଙ୍କୁ ନିମନ୍ତ୍ରଣ ଦେବାକୁ ଆସିଛି। ଆଜି ଓଡ଼ିଶା କହୁଛି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ। ଦୁଇ ଥର ପଦ୍ମ ଦୁଇଗୁଣା ବିକାଶ। ତୃତୀୟ ଥର ପୁଣି ପୂର୍ଣ୍ଣ ବହୁମତ ମୋଦୀ ସରକାର ହେବା ନିଶ୍ଚିତ ହୋଇଯାଇଛି। ସାରା ଦେଶ ଏହି ନିର୍ଣ୍ଣୟ ନେଇସାରିଛି।

Leave a Reply

Your email address will not be published. Required fields are marked *