sensex-nifty-open-higher
ଗତ କିଛି ଦିନ ଧରି ସେୟାର ବଜାର ଧରାଶାୟୀ ହୋଇଥିବା ବେଳେ ଆଜି ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ୩ ମାସ ପାଇଁ ଡୋନାଲ୍ଡ ଟ୍ରମ୍ପ ଟାରିଫ ସ୍ଥଗିତ ରଖିବାପରେ ସେୟାର ବଜାର ଉପରମୁହାଁ ହୋଇଥିବା ସୂଚନା ମିଳିଛି ।
 
କାଲି ଅପେକ୍ଷା ଆଜିର ସେୟାର ବଜାରରେ ଅଭିବୃଦ୍ଧି ହୋଇଛି । ସେନସେକ୍ସରେ ୧୧୦୦ ପଏଣ୍ଟ ବୃଦ୍ଧି ପାଇଛି । ଏଥିସହ ନିଫ୍ଟି ୪୫୦ ପଏଣ୍ଟ ବଢ଼ି ୨୨,୮୪୦ ରେ କାରବାର ଚାଲିଛି ।
 
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଘୋଷଣା ପରଠୁ ସାରା ବିଶ୍ୱର ପ୍ରମୁଖ ବଜାରରେ ଜୋରଦାର ବିକ୍ରି ଦେଖିବାକୁ ମିଳିଛି । ଏହାଦ୍ୱାରା ଅନେକ ବଡ କମ୍ପାନୀର ସେୟାର ପ୍ରଭାବିତ ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *