ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆସନ୍ତା ୧୬ ତାରିଖରେ ପାଳନ ହେବାକୁ ଥିବା ‘ ପ୍ରେସ ଡେ’ କାର୍ଯ୍ୟକ୍ରମରେ ରେ ଦୈନିକ ସମ୍ବାଦପତ୍ର ସତ୍ୟର ସର ନିର୍ଭୟ’ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କୁ ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ – ୨୦୨୪ ପ୍ରଦାନ କରାଯିବ। ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଦୁରଦର୍ଶନ କେନ୍ଦ୍ର, ଆକାଶବାଣୀ, ରିଜିଓନାଲ ଆଉଟରିଚ ବ୍ୟୁରୋ ( ଏଫଓବି ) ଏବଂ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ କନଫରମେସନ ଟେକ୍ନୋଲୋଜି ର ମିଳିତ ଆନୁକୂଲ୍ୟରେ ଆସନ୍ତା ୧୬ ତାରିଖ ଶନିବାର ସ୍ଥାନୀୟ ଜୟଦେବ ଭବନ ରେ ପ୍ରେସ ଡେ ପାଳନ କରାଯିବ । ୩୩ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ଦେବ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ | ଉତ୍ସବରେ ରାଜ୍ୟପାଳ ରଘୁବର ଦାସ, ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ରାଜ୍ୟ ମନ୍ତ୍ରୀ ମଣ୍ଡଳର ବରିଷ୍ଠ ସଦସ୍ୟ ଓ ସାମ୍ବାଦିକମାନେ ଯୋଗଦାନ କରିବେ। ଉତ୍ସବରେ ଆନ୍ଧ୍ରପଦେଶର ‘ଆଦର୍ଶ ରତ୍ନ’ ସମ୍ବାଦପତ୍ର ର ପତିଭେଙ୍କଟ ନରସିଂହା ରାଓ, ପଶ୍ଚି ମବଙ୍ଗର ‘ଏକ୍ସପ୍ରେସ ନ୍ୟୁଜ’ର ମଦନ ସିଂହ, ତେଲେଙ୍ଗାନାର ‘ମାରୋ କୁରୁକ୍ଷେତ୍ରମ’ର ଶେଖ ଇସଲାମ ଉଦ୍ଦିନ, ଛାଡ଼ଖଣ୍ଡର ‘ଝାଡଖଣ୍ଡ ଅବଜରବର’ ପ୍ରତିକାର ପରଭିନ୍ଦ କୁମାର ପାଣ୍ଡେ, ବିହାରର ‘ଶ୍ରୀ ସାଇ ଭିଜନ’ ପ୍ପତ୍ରିକାର ଅରୁପ କୁମାର ମଜୁମଦାର, ଗୁଜୁରାଟର ‘ତାର୍କ ସ୍କାଏ’ ପତ୍ରିକାର ଶଶି କୁମାର, ମୁମ୍ବାଇର ‘ଓଭରସିଜଲୁକ୍’ ପତ୍ରିକାର ଅମିତ କୁମାର ଦୁବେଙ୍କୁ ସାମ୍ବାଦିକ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ୭ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ରାଷ୍ଟ୍ରୀୟ ସାମ୍ବାଦିକ ସମ୍ମାନ ରେ ସମ୍ମାନିତ କରାଯିବ। ଏହାଛଡ଼ା ପାରଦୀପ ଫସପେଟ ଲିମିଟେଡ (ପିପିଏଲ)ର କର୍ପୋରେଟ ମୁଖ୍ୟ ସୁଧ ରଞ୍ଜନ ମିଶ୍ରଙ୍କୁ ପବ୍ଲିକ ରିଲେସମ ହ୍ୟୁମାନ ରିସୋର୍ସ ଡେଭଲପମେଣ୍ଟ ସମ୍ମାନ – ୨୦୨୪ ପ୍ରଦାନ କରାଯିବ ବୋଲି ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ର ସଭାପତି ପ୍ରଦୋଷ ପଟ୍ଟନାୟ ରିଲିଜରେ ଜଣାଇଛନ୍ତି । Post navigation ଜଙ୍ଗଲ ଜମି କେଳେଙ୍କାରୀ ମାମଲା: ଏନଜିଟିଙ୍କ ନୋଟିସ୍ ପରେ ମାଲକାନଗିରି ଡିଏଫ୍ଓଙ୍କୁ ରିପୋର୍ଟ ତଲବ