ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିିବାକୁ ପ୍ରୟାସ ଆରମ୍ଭ କରିଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଦେଇଥିବା ୨୩୫ଟି ନିର୍ବାଚନ ପ୍ରତିଶ୍ରୁତି ମଧ୍ୟରୁ ମୋଦି ସରକାର ୨୨୨ଟି ପ୍ରତିଶ୍ରୁତି ପାଳନ କରି ଦେଶରେ ଏକ ଇତିହାସ ସୃଷ୍ଟି କରିଛନ୍ତି। ସାଧାରଣ ଜନତାଙ୍କୁ ବିକଶିତ କରିବା ସହିତ ଆଗାମୀ ୨୦୪୭ସୁଧା ଭାରତକୁ ବିଶ୍ୱଗୁରୁ ତଥା ବିକଶିତ କରିବାର ଲକ୍ଷ୍ୟରେ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ହିଁ ମୋଦିଙ୍କ ଗ୍ୟାରେଣ୍ଟି । ସ୍ୱାଧୀନତାର ଅମୃତକାଳର ଅବଶିଷ୍ଟ ୨୫ ବର୍ଷରେ ଭାରତକୁ ବିଶ୍ୱଦରବାରରେ ଛିଡା କରାଇବା ଲକ୍ଷ୍ୟରେ ମୋଦିଜୀ ଅହରହ କାର୍ଯ୍ୟରତ । ତୃତୀୟଥର ବିଜେପି କ୍ଷମତାକୁ ଆସିଲେ କ’ଣ ସବୁ ଜନମଙ୍ଗକାରୀ ଯୋଜନା ଲାଗୁ କରିବା ଆବଶ୍ୟକ ସେ ନେଇ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁୁ ପ୍ରୟାସ ଆରମ୍ଭ ହୋଇଛି । ଏହି ଅବସରରେ ଆଜି ରାଜ୍ୟ କାର୍ଯ୍ୟାଳୟରୁ ଓଡ଼ିଶାର ୨୧ଟି ସଂସଦୀୟ କ୍ଷେତ୍ର ଅଧିନସ୍ତ ୧୪୭ଗୋଟି ବିଧାନସଭାକୁ ୩୪ଟି ଭିଡିଓ ଭ୍ୟାନ/ପ୍ରଚାର ଗାଡିର ଶୁଭାରମ୍ଭ କରାଯାଇଛି । ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ କନକ ବର୍ଦ୍ଧନ ସିଂହଦେଓ ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି।
ରାଜ୍ୟ ସଂକଳ୍ପ ପତ୍ର କମିଟି ମୁଖ୍ୟ ତଥା ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ସଂଚାଳରେ ଆୟୋଜିତ ଉକ୍ତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲୀପ ମହାନ୍ତି, ସଂକଳ୍ପ ପତ୍ର କମିଟିର ସଦସ୍ୟ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଭିଡିଓ ଭ୍ୟାନ କମିଟିର ସଂଯୋଜକ ତଥା ରାଜ୍ୟ ସମବାୟ ପ୍ରକୋଷ୍ଠର ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍‌, ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରଶ୍ମିରଞ୍ଜନ କାନୁନଗୋ, ସୁକାନ୍ତ ପାଣିଗ୍ରାହୀ, ଜୟନ୍ତ ଜେନା, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, କିଶୋର ଜେନା, ଡ. ରାଜେଶ୍ୱରୀ ପାଇକରାୟ, ସିମନ୍ତୀନି ଜେନା, ପଦ୍ମଜା ଦେବତା ପ୍ରମୁଖ ଉପସ୍ଥିତ ଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *