ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କଲେ ପୁରୀ ଲୋକସଭା ଆସନ ପ୍ରାର୍ଥୀ ବିଜେପି ସମ୍ବିତ ପାତ୍ର । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ପରେ ସଫେଇ ରଖିଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ପୁରୀ ଲୋକ ସଭା ଆସନରୁ ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭକ୍ତ ବୋଲି କହି କ୍ଷମା ମାଗିଛନ୍ତି। ସେ କହିଛନ୍ତି, ମୁଁ ଅନୁତାପ କରିବାକୁ ଆଗାମୀ ୩ ଦିନ ଉପବାସ କରିବି।

ସମ୍ବିତ ପାତ୍ର ରାତି ପ୍ରାୟ ୧ଟା ସମୟରେ ସୋସିଆଲ ମିଡିଆ ଏକ୍ସରେ କ୍ଷମା ମାଗିବାର ଭିଡିଓ ଶେୟାର କରି ଲେଖିଛନ୍ତି, ଭୁଲ ବଶତଃ ଉଚ୍ଚାରଣ ହୋଇଥିଲା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ ବୋଲି କହିବା ବଦଳରେ ମୋଦୀଙ୍କ ଭକ୍ତ ଜଗନ୍ନାଥ ବୋଲି ଉଚ୍ଚାରଣ କରିଥିଲେ । ଏହାକୁ ନେଇ ରାଜନୀତି କରିବା ଅନୁଚିତ୍ ବୋଲି କହିଛନ୍ତି ସମ୍ବିତ ପାତ୍ର ।

ସେ ଆହୁରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମୟରେ ପୁରୀ ବଡଦାଣ୍ଡରେ ଜନଗହଳି ଥିଲା । ସେହି ସମୟରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ବେଳେ ମୁଁ ସବୁଆଡେ କହିଥିଲି ଯେ ପ୍ରଧାନମନ୍ତ୍ରୀ ମୋଦି ଭଗବାନ ଜଗନ୍ନାଥଙ୍କ ଭକ୍ତ, କିନ୍ତୁ ଗୋଟିଏ ସ୍ଥାନରେ ମୁଁ ହଠାତ୍‌ ଭୁଲରେ ବିପରୀତ ବିବୃତ୍ତି ଦେଇଥିଲି। ଆପଣ ଜାଣନ୍ତି ଯେ ବେଳେବେଳେ ଟଙ୍ଗ୍‌ ସ୍ଲିପ ହୁଏ, ତେଣୁ ଏହାକୁ ଏକ ରାଜନୀତି କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *