Russia honours Biju Patnaik with Unveiling of Plaque
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୋଭିଏତ ୟୁନିୟନ (ବର୍ତ୍ତମାନର ରୁଷ) ବିଜୟର ୮୦ ତମ ବାର୍ଷିକୀ ଉତ୍ସବ ୯ ତାରିଖରେ ପାଳନ ହେବାକୁ ଥିବାବେଳେ ଆଜି ନୂଆଦିଲ୍ଲୀରେ ରୁଷ ଦୂତାବାସରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଛି ।
 
ଏହି ସ୍ୱତନ୍ତ୍ର ଉତ୍ସବରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁ ପଟ୍ଟନାୟକଙ୍କ ସ୍ମରଣୀୟ ଅବଦାନକୁ ସମ୍ମାନ ଜଣାଇ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚିତ ହୋଇଛି ।
 
ସ୍ମାରକୀ ସମାରୋହରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଋଷ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।
 
ସୂଚନା ଅନୁଯାୟୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଷ୍ଟାଲିନ୍‌ଗ୍ରାଡ଼୍‌ ଅଭିଯାନରେ ସାମିଲ ହୋଇ ଅସ୍ତ୍ରଶସ୍ତ୍ର ଯୋଗାଇ ରୁଷ ବିଜୟକୁ ସୁଗମ କରିଥିବାରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ରୁଷ ସରକାର ୯ ତାରିଖରେ ମରଣୋତ୍ତର ସମ୍ମାନ ପ୍ରଦାନ କରିବେ ।
 
ଭାରତରେ ରୁଷ ରାଷ୍ଟ୍ରଦୂତ ଡେନିସ୍ ଆଲିପୋଭ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଏହି ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି ।ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିବେ ।
Russia honours Biju Patnaik with Unveiling of Plaque

By Nirvay

Leave a Reply

Your email address will not be published. Required fields are marked *