ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ୬୦ ଲକ୍ଷ ମହିଳା ପଞ୍ଜୀକରଣ କରିଛନ୍ତି। ଆଜି ପରୀକ୍ଷାମୂଳକ ଭାବେ ଆକାଉଣ୍ଟକୁ ୧ ଟଙ୍କା ଯାଇଛି। ବାକି ୪ ହଜାର ୯୯୯ଟଙ୍କା ୧୭ ତାରିଖରେ ଆକାଉଣ୍ଟକୁ ଯିବ। ବାଲିଅନ୍ତାର ଭକ୍ତିମୟୀ ମହାନ୍ତିଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇଛି। ଶନିବାର ରାତି ୭ଟା ୨୧ରେ ୧ ଟଙ୍କା ଯାଇଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ରେ ଓଡିଶା ଆସିବାକୁ ଥିବା ବେଳେ ଜନ୍ମଦିନ ଅବସରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ସେଦିନ ପଂଜିକୃତ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯିବ। Post navigation ବ୍ରହ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ରହ୍ମପୁରରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍