ଆସନ୍ତାକାଲି ଓଡ଼ିଶାରେ ପାଳନ ହେବ ରଙ୍ଗର ପର୍ବ ହୋଲି । ଏଥିପାଇଁ ଜାରି ହୋଇଛି କଟକଣା । କଟକ ସହର ପାଇଁ ହୋଲି କଟକଣା ଲାଗୁ କରିଛନ୍ତି ଡେପୁଟି ପୋଲିସ କମିଶନର୍ ଋଷିକେଶ ଖିଲାରୀ । କଟକ ସହରରେ ୨୨ ପ୍ଲାଟୁନ୍ ପୋଲିସ ମୁତୟନ କରାଯିବ ।ଏହା ସହ ଦିନ ୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସରାଇବା ସହ ନଦୀରେ ନ ଗାଧୋଇବାକୁ ଡିସିପି ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ମଦ ପିଇ ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ସମୟରେ ସହରରେ ଥିବା ସମସ୍ତ ମଦ ଦୋକାନ ବନ୍ଦ ରହିବ । ଯଦି କେହି ବେଆଇନଭାବେ ମଦ ବିକ୍ରି କରୁଥିବା ଅଭିଯୋଗ ହୁଏ ତେବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି

Leave a Reply

Your email address will not be published. Required fields are marked *