ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୧୯ରୁ ବର୍ଷା । ରାଜ୍ୟର କିଛି ସ୍ଥାନରୁ ୧୯ରୁ ୨୦ଯାଏଁ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ହାଲୁକା ବର୍ଷା ସହ କିଛି ସ୍ଥାନରେ ବିଜୁଳି, ଘଡ଼ଘଡି ହେବା ସମ୍ଭାବନା ରିଥିବାବେଳେ ଏଥିପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣି ଜାରି କରାଯାଇଛି । ଏହା ସହ ରାଜ୍ୟରେ ୨ରୁ ୩ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ପାଇଁ ୱାର୍ଣ୍ଣି ଜାରି ହୋଇଥିବା ୧୦ ଜିଲ୍ଲା ହେଉଛି ସୁନ୍ଦରଗଡ଼, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରେ ହାଲୁକା ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଏଥିସହିତ ଦେବଗଡ, ବାଲେଶ୍ବର, ଭଦ୍ରକରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । Post navigation ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟଣା:୨ ଜଣିଆ ଉଚ୍ଚସ୍ତରୀୟ କମିଟିର ତଦନ୍ତ ଆରମ୍ଭ ଦୁର୍ଘଟଣାରେ ଯାଜପୁର ଡିଏସପିଙ୍କ ମୃତ୍ୟୁ