Railways Sanctions Cuttack–Nergundi 4th Line & rail flyover
୮୦୨.୯ କୋଟି ମୂଲ୍ୟରେ ୧୫.୯୯ କିଲୋମିଟର ବିଶିଷ୍ଟ କଟକ-ନିର୍ଗୁଣ୍ଡି ଚତୁର୍ଥ ରେଳ ଲାଇନ ଏବଂ ନିର୍ଗୁଣ୍ଡି ଠାରେ ଏକ ରେଳ ଫ୍ଲାଏଓଭରକୁ ରେଳ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିଛି । ଏ ନେଇ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଆଜି ଘୋଷଣା କରିଛନ୍ତି । ଏହାଫଳରେ କଟକଠାରୁ ଶାଳଗାଁ ପର୍ଯ୍ୟନ୍ତ ଅବାଧ ଟ୍ରାଫିକ ବ୍ୟବସ୍ଥା ହୋଇପାରିବ।
 
ଏହି ପ୍ରକଳ୍ପର ଅଂଶ ଭାବେ ମହାନଦୀ ଓ ବିରୂପାରେ ୨ଟି ସେତୁ ନିର୍ମାଣ ହେବ ।
 
ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ଲକ୍ଷ୍ୟ ହେଉଛି ହାଓଡା-ଚେନ୍ନାଇ ମୁଖ୍ୟ ଲାଇନ ସେକ୍ସନ ଏବଂ କଟକ-ପାରାଦୀପ ସେକ୍ସନରେ ଟ୍ରେନ ପରିଚାଳନାର କ୍ଷମତାକୁ ବୃଦ୍ଧି କରିବା ଏବଂ ଏହି ରୁଟରେ ଭିଡ଼ କମ କରିବା ।

By Nirvay

Leave a Reply

Your email address will not be published. Required fields are marked *