ଉତ୍ତରପ୍ରଦେଶ; ଉତ୍ତରପ୍ରଦେଶ ରାୟବରେଲୀରୁ ପ୍ରାଥୀପତ୍ର ଦାଖଲ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ରାୟବରେଲୀ ଓ ଆମେଠିକୁ ନେଇ ସସପେନ୍ସ ଲାଗି ରହିଥିଲା। ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ କଂଗ୍ରେସ ଆଜି ହିଁ ଏହି ଦୁଇ ଆସନରୁ ପ୍ରାର୍ଥୀ ଘୋଷଣା କରିଛି । ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କ ସହ ଯାଇ ନାମାଙ୍କନ କରିଛନ୍ତି ରାହୁଲ। ସେ କେରଳର ୱାୟନାଡରୁ ବି ନିର୍ବାଚନ ଲଢ଼ୁଛନ୍ତି ।
ଏହି ନାମାଙ୍କନ ଦାଖଲ କାର୍ଯ୍ୟକ୍ରମ ରହିଥିବାରୁ ରାହୁଲଙ୍କ ଓଡ଼ିଶା ଗସ୍ତ ଆଜି ବାତିଲ ହୋଇଛି । ଆଜି ରାହୁଲ ରାୟଗଡ଼ାରେ ଏକ ବିରାଟ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା । ହେଲିକପ୍ଟର ଯୋଗେ ଦିନ ୧୨ଟାରେ ସେ ରାୟଗଡ଼ାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା ।

By SonaliP

Leave a Reply

Your email address will not be published. Required fields are marked *