ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରଘୁନନ୍ଦନ ଦାସଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହେବା ପରେ ଏବେ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ବଢ଼ିଛି । କୌଣସି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ରଘୁନନ୍ଦନ ଦାସ। ହାଇକୋର୍ଟର ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ୍ ପାଇଁ ଆବେଦନ କରିଥିବା ସୂଚନା ମିଳିଛି।
ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ବାଟର୍ସରେ ହୋଇଥିବା ନିର୍ମାଣ ସମ୍ପର୍କିତ ରିପୋଟିଂ କରିବା ପାଇଁ ସାମ୍ବାଦିକା ଜଣକ ରଘୁନନ୍ଦନଙ୍କ କ୍ୱାର୍ଟସ ଯାଇଥିଲେ ସେହି ସମୟରେ ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିଦେବେ ବୋଲି ଧମକ ଦେବା ସହ ମହିଳାଙ୍କୁ ଡରେଇବାକୁ ଚେଷ୍ଟା କରିଥିଲେ। ଏହାପରେ ସାମ୍ବାଦିକାଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। କ୍ୟାପିଟାଲ ଥାନା ପକ୍ଷରୁ ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ପୋଲିସ ଦୁଇ ଥର ରଘୁନନ୍ଦନଙ୍କ ଘରକୁ ଆସି ତଦନ୍ତ କରି ଫେରିଛି।