ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବନ୍ଦ ପାଇଁ ପୁରୀ ବେଳାଭୂମିରେ ଆଜି ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମିର୍ଶନ ଲାଇଫ୍ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକ, ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କୁ ଥରେ ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ୍ ବିରୋଧରେ ସଚେତନ କରାଯାଇଥିଲା ।

ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନ ସେଣ୍ଟର ଫର୍ ଏନଭାଇର୍ଣ୍ଣମେଣ୍ଟ ଷ୍ଟୁଡିଜ୍ ଇଆଇଏସିପି ହବ୍, ନୂଆଦିଲ୍ଲୀସ୍ଥିତ ଡବ୍ଲୁଡବ୍ଲୁଏଫ ଇଆଇଏସସିପି ପିସି-ଆରପି ଏବଂ ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ ଏକ ସଚେତନତା ରଥ ପରିକ୍ରମା କରାଯାଇଥିଲା । ସେହିପରି ପ୍ଲାଷ୍ଟିକ୍ ବଦଳରେ କପଡ଼ା ବ୍ୟାଗ ବ୍ୟବହାର କରିବା ଲାଗି ବେଳାଭୂମିରେ ଥିବା ଲୋକମାନଙ୍କୁ ସଚେତନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ପ୍ରଶ୍ନୋତ୍ତର, ଚିତ୍ରାଙ୍କନ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସମସ୍ତଙ୍କୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବନ୍ଦ କରିବା ସହ ବିକଳ୍ପ ବ୍ୟାଗ୍ ବ୍ୟବହାର କରିବା, ପରିବେଶ ସଂରକ୍ଷଣ ଏବଂ ସ୍ବଚ୍ଛତା ସମ୍ପର୍କରେ ସଚେତନ କରାଯାଇଥିଲା।

ପୁରୀ ସମେତ ବାରିପଦା, କେନ୍ଦ୍ରାପଡ଼ା ଓ କୋରାପୁଟରେ ମଧ୍ଯ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ୨୫ଶହରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ସଂଯୋଜକ ପ୍ରଭାତ ଦାଶ, ସୂଚନା ଅଧିକାରୀ ପ୍ରଶାନ୍ତ ନାୟକ, କାର୍ଯ୍ୟକ୍ରମ ଅଧିକାରୀ ସ୍ବାଗତିକା ମିଶ୍ର, ଡକ୍ଟର ଜି. ଅରିନ୍ଦ୍ରନ୍ ପ୍ରମୁଖଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା ।

 

Leave a Reply

Your email address will not be published. Required fields are marked *