ପଶ୍ଚିମବଙ୍ଗ ସରକାରଙ୍କ ଅସହଯୋଗ ପାଇଁ ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଆଳୁ ଆସୁନି। ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନଛାଡିବାରୁ ଓଡ଼ିଶାରେ ଆଳୁ ସଂକଟ ଦେଖାଦେଇଛି । ଫଳରେ ପଶ୍ଚିମବଙ୍ଗ ସରକାରଙ୍କ ବୈମାତୃକ ମନୋଭାବ ନେଇ ତାତିଛନ୍ତି ବିଭିନ୍ନ ସାମାଜିକ ସଂଗଠନ। ମଙ୍ଗୁଳି ଛକରେ ପଶ୍ଚିମବଙ୍ଗ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ି ଅଟକାଇ ପ୍ରତିବାଦ କରିଛନ୍ତି । ପଶ୍ଚିମବଙ୍ଗ ପର୍ଯ୍ୟାପ୍ତ ଆଳୁ ନଛାଡ଼ିବା ପ୍ରତିବାଦରେ ଜୋରଦାର ବିକ୍ଷୋଭ କରାଯାଇଛି। ୧୬ ନମ୍ବର ଜାତୀୟ ରାଜପଥ ମଙ୍ଗୁଳି ଛକରେ ଅଟକି ରହିଛି ବହୁ ଖାଦ୍ୟସାମଗ୍ରୀ ଗାଡ଼ି। କଟକରେ ମଧ୍ୟ ବିଭିନ୍ନ ସାମାଜିକ ସଂଗଠନର କର୍ମୀମାନେ ପ୍ରତିବାଦ କରିଛନ୍ତି ।

Leave a Reply

Your email address will not be published. Required fields are marked *