ରାଜ୍ୟର ଅଗ୍ରଣୀ ମହିଳା ସଶକ୍ତୀକରଣ ଯୋଜନା ‘ସୁଭଦ୍ରା’ ଆସନ୍ତାକାଲି ୨ ବର୍ଷ ପୂରଣ କରିବାକୁ ଯାଉଛି। ଏହି ଅବସରରେ ଘରେ ଘରେ ଦୀପ ଜାଳି ଉତ୍ସବ ପାଳନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ମହିଳାମାନଙ୍କୁ ଆହ୍ୱାନ ଦେଇଛନ୍ତି। ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଘରେ ଘରେ ଦୀପ ପ୍ରଜ୍ୱଳନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଦିବସକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜ୍ୟର ୩୩୮ଟି ସ୍ଥାନରେ ବିଭିନ୍ନ ପ୍ରତିଯୋଗିତା ଓ ସେଲିବ୍ରେସନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହିତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ CDPO କାର୍ଯ୍ୟାଳୟଗୁଡ଼ିକରେ ଝୋଟି ଓ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୨୪ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିବା ଏହି ଯୋଜନା ମାଧ୍ୟମରେ ବିଗତ ୨ ବର୍ଷ ମଧ୍ୟରେ ହିତାଧିକାରୀଙ୍କୁ ୨୫ ହଜାର ୮୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇସାରିଛି। ଯୋଜନାର ଶୁଭାରମ୍ଭ ପରଠାରୁ ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟାରେ ୬୨ ପ୍ରତିଶତରୁ ଊର୍ଦ୍ଧ୍ୱ ବୃଦ୍ଧି ଘଟିଛି। ଏଥି ସହିତ ନୂତନ ଆବେଦନକାରୀଙ୍କ ପାଇଁ ଆସନ୍ତା ଏପ୍ରିଲ ୧ ତାରିଖରୁ ମାସେ ପର୍ଯ୍ୟନ୍ତ ସୁଭଦ୍ରା ପୋର୍ଟାଲ ପୁଣିଥରେ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । Post navigation Gallantry Sena Medal Awardees to Get Lifetime Free Train Travel India Summons Pakistani Diplomat After Naval Ship Collides with Indian Navy Vessel