ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପାଇଁ ଭୋଟ ଗଣତି ଚାଲିଛି। ଏହି ପରିପ୍ରେକ୍ଷୀରେ ଆଳି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଜୟୀ ହେଇଛନ୍ତି । ଆଳି ବିଧାନସଭାରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ୧୯୫୫୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଆଳିରେ ପ୍ରତାପ ଦେବଙ୍କ ଟକ୍କର ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ଦେବସ୍ମିତା ଶର୍ମା । ହେଲେ ଶେଷରେ ପ୍ରତାପ ଦେବ ବିଜୟୀ ହେଇଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କୁ ୧୯ ହଜାରରୁ ଅଧିକ ଭୋଟରେ ପ୍ରତାପ ଦେବ ହରାଇ ବିଜୟ ହୋଇଥିବା ନେଇ ସୂଚନା ମିଳିଛି ।

ପ୍ରତାପ ଦେବ ଲଗାତାର ଭାବେ ଆଳି ଆସନରୁ ବିଜୟୀ ହେଇ ଆସୁଛନ୍ତି । କେବଳ ୨୦୧୪ ମସିହାକୁ ଛାଡିଦେଲେ ୨୦୦୦ ମସିହାରୁ ସେ ଲଗାତାର ବିଜୟ ହେଇ ଆସୁଛନ୍ତି ।

Leave a Reply

Your email address will not be published. Required fields are marked *