ବିଜେଡିର ଶୋଚନୀୟ ପରାଜୟକୁ ନେଇ ବିସ୍ଫୋରକ ବୟାନ ଦେଲେ ପ୍ରଦୀପ ମାଝୀ । ସେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାକ୍ଷାତକାରରେ କହିଛନ୍ତି ଆମେ ଯେପରି ଲଢ଼ିଥିଲୁ ଆଶାତୀତ ନଥିଲା । ଆମେ ଡିଫେନ୍ସିଭ୍ ହୋଇ ନିର୍ବାଚନ ଲଢିଲୁ । ନବୀନଙ୍କୁ କାଉଣ୍ଟର କଲାଭଳି ବିଜେପି ପାଖରେ କୌଣସି ନ୍ୟାରେଟିଭ ନାହିଁ । ବିଗତ ନିର୍ବାଚନରେ ନବୀନଙ୍କୁ କାଉଣ୍ଟର କରି ବିଜେପି ଫେଲ ମାରିଥିଲା । ଏଥର ଟାର୍ଗେଟ ଖୋଜୁଥିଲେ, ସଫଳ ହେଲେ । ମାଗଣା ବିଜୁଳି ଘୋଷଣା ବହୁ ବିଳମ୍ବ ହୋଇଯାଇଥିଲା । ଅନ୍ୟପକ୍ଷରେ ୨୦୦୯, ୨୦୧୪, ୨୦୧୯ରେ କେନ୍ଦ୍ର ଅବହେଳା, ମହାନଦୀ ପ୍ରସଙ୍ଗ ଉଠାଇ ଆମେ ସଫଳ ହୋଇଥିଲୁ। ଏଥର ନିର୍ବାଚନରେ ସେଭଳି କିଛି କରିପାରିଲୁନାହିଁ ବୋଲି ପ୍ରଦୀପ ତାଙ୍କ ମୁହଁରେ ସ୍ବୀକାର କରିଛନ୍ତି।

ସେ ଆଉମଧ୍ୟ କହିଛନ୍ତି ଛତିଶଗଡ଼ ପ୍ରଭାବ ପଡ଼ିବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । ଯଦି ପଦକ୍ଷେପ ନିଆଯାଇଥାଆନ୍ତା ସୀମାନ୍ତ ଅଞ୍ଚଳରେ ପ୍ରଭାବ ପଡ଼ନ୍ତା ।

Leave a Reply

Your email address will not be published. Required fields are marked *