ଓଡ଼ିଶାରେ ଆଳୁ ରାଜନୀତି ସରଗରମ ଥିବା ବେଳେ ଏବେ ସ୍ଥିତିରେ ସୁଧାର ଆସିଛି। ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହୋଇଯାଇଥିବାରୁ ଓଡ଼ିଶାରେ ଆଳୁ ଡର ହୁ ହୁ ହୋଇ ବଢିଥିଲା। ଫଳରେ ଖାଉଟି ହନ୍ତସନ୍ତ ହେଉଥିଲେ। ଏବେ ସମସ୍ୟା ସମାଧାନ ହୋଇଥିବା ବେଳେ ଆଳୁ କେଜି ୩୦ ଟଙ୍କାରେ ପାଇବେ ଖାଉଟି। ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆଜି ଆଳୁ ଟ୍ରକ ପହଞ୍ଚିଛି । ଗତକାଲି ୬୧୭ ବସ୍ତା ଆଳୁ ଆସିଥିବା ବେଳେ ଆଜି ୬୦୨ ବସ୍ତା ଆସିଛି।

Leave a Reply

Your email address will not be published. Required fields are marked *