ଗଞ୍ଜାମ: ବଢିବାରେ ଲାଗିଛି ଅର୍ପଣ ରଥକୁ ନେଇ ରାଜନୀତି। ବିଜେପି ଓ କଂଗ୍ରେସ ପକ୍ଷରୁ ବିରୋଧ ମଧ୍ୟ ଲାଗିରହିଛି। ଗୋଟେ ପଟେ ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଡ ସ୍ବପ୍ନ ଥିବାବେଳେ ଗୋଟେପଟେ ବିରୋଧୀ ଦଳ ପକ୍ଷରୁ ଲଗାତାର ଵିରୋଧ ଏବେ ଚର୍ଚ୍ଚା ରେ। ନିକଟରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଫଟୋ ଟି ଗଞ୍ଜାମ ଜିଲ୍ଲା ସ୍ଥିତ ସିଦ୍ଧି ବିନାୟକ ପୀଠ ପାଖର ଦୃଶ୍ୟ ଭଳି ଜଣାପଡିଛି। ଏଥିରେ ଦେଖିବାକୁ ମିଳିଛି କି ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ କିଭଳି ରାସ୍ତା ମଝିରେ ଅବହେଳା କରି ରଖାଯାଇଛି। ଏହି ଫଟୋ ଭାଇରାଲ ହେଲା ପରେ ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହା ଓଡ଼ିଆ ସଂସ୍କୃତିକୁ ଆଘାତ କରିଛି। ଆମ ପ୍ରିୟ ମହାପ୍ରଭୁଙ୍କୁ ଏମିତି ନାରଖାର କରି ରାସ୍ତାରେ ରଖି ଅବହେଳା କରିବା କଣ ଠିକ୍? Post navigation ବାଲେଶ୍ୱର ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ; ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର ଓଡିଶାରେ ହେବ ବିଜେପିର ସରକାର: ହିମନ୍ତ ବିଶ୍ୱଶର୍ମା