ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ । ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଏସଆଇ ଅଭୟ ନାୟକଙ୍କୁ ଧରିଛି ଭିଜିଲାନ୍ସ । ନୀଳାଚଳ ଇସ୍ପାତ କାରଖାନା ଆଗରେ ଧରାପଡ଼ିଲେ ଲାଞ୍ଚୁଆ ଏସଆଇ । ସ୍ବାମୀ ସ୍ତ୍ରୀଙ୍କ ପାରିବାରିବ ବିବାଦର ସମାଧାନ କରିବାକୁ କହି ଜଣେ ବ୍ୟକ୍ତିଙ୍କ ଠାରୁ ୪ ହଜାର ଲାଞ୍ଚ ନେଉଥିବା ସୁକିନ୍ଦା ଥାନାର ଏସଆଇ ଅଭୟ ନାୟକଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ସୂଚନା ଯୋଗ୍ୟ; ସୁକିନ୍ଦା ଥାନାର ଏସଆଇ ଅଭୟ ନାୟକ ସେହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଏକ ପାରିବାରିବ ବିବାଦ ମାମାଲାର ସମାଧାନ ପାଇଁ ଲାଞ୍ଚ ମାଗିଥିଲେ। ପୂର୍ବରୁ ୧ ହଜାର ଟଙ୍କା ନେଇଥିବାବେଳେ, ପରେ ଅଭିଯୋଗକାରୀଙ୍କୁ ଆହୁରି ୪ ହଜାର ଟଙ୍କା ଦେବାକୁ କହିଥିଲେ । ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ପାଖକୁ ଅଭିଯୋଗ ନେଇ ଯାଇଥିଲେ ।ଏନେଇ ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରିଥିଲେ । ଆଉ ଏହାପରେ ଯୋଜନା ମୁତାବକ ଏସଆଇ ଅଭୟ ନାୟକ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୀଳାଚଳ ଇସ୍ପାତ କାରଖାନା ଆଗରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। Post navigation ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ୍ ୨୦୨୫-୨୬: ଜାଣନ୍ତୁ କେଉଁ ସବୁ ସୁବିଧା ପାଇବେ ଦେଶବାସୀ