ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ଦଧିନଉତି ଉପରକୁ ଜଣେ ବ୍ୟକ୍ତି ଚଢିଯିବା ଘଟଣାରେ ପୋଲିସର ତନାଘନା ଆରମ୍ଭ ହୋଇଛି । କେଉଁ ପରିସ୍ଥିତିରେ ଓ କାହିଁକି ସେ ଦଧିନଉତି ଉପରକୁ ଚଢିଯାଇଥିଲେ, ସେ ନେଇ ପୋଲିସ ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ଗତକାଲି ଶ୍ରୀମନ୍ଦିର ଦଧିନଉତି ଉପରକୁ ବୃଦ୍ଧ ଜଣଙ୍କ ଚଢି ଯାଇଥିଲେ । ଛତ୍ରପୁରର ବଳରାମ ମହାରଣା ସନ୍ଧ୍ୟାରେ ନୀଳଚକ୍ରରେ ଚଢି ଦୀର୍ଘ ସମୟ ରହିଲେ । ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ଓ ମନ୍ଦିର ପ୍ରଶାସନ ପହଞ୍ଚି ଉଦ୍ଧାର କରିଥିଲେ । ତେବେ କାହିଁକି ସେ ଚଢିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ତାଙ୍କ ମାନସିକ ସ୍ଥିତି ଠିକ ନଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *