ପୁରୀରେ ରୋଡ ଶୋ’ ପରେ ଅନୁଗୋଳରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜୟ ଜଗନ୍ନାଥ, ଏଠି ଉପସ୍ଥିତ ମୋର ଭାଇଭଉଣୀମାନଙ୍କୁ ମୋର ନମସ୍କାର ଓ ଜୁହାର। ଏଭଳି ଓଡ଼ିଆ ଭାଷାରେ କହି ନିଜର ଭାଷଣ ଆରମ୍ଭ କରିଥିଲେ ଶ୍ରୀ ମୋଦୀ। ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରି ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ କରି ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି ଏଥର ବିଜେଡି ସରକାର ଯିବା ଥୟ ଓ ଏବେ ବିଜେପି ସରକାରକୁ ଆଣିବାର ସମୟ ହୋଇଯାଇଛି। ଆସନ୍ତା ୧୦ ତାରିଖରେ ଓଡ଼ିଶାର ପୁଅ କି ଝିଅ ଏଥର ହେବ ମୁଖ୍ୟମନ୍ତ୍ରୀ । ଏହାସହ ଅନୁଗୋଳ ବାସିନ୍ଦାଙ୍କୁ ଆସନ୍ତା ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହିମା ଗୋସାଇଁ ଓ ଭୀମଭୋଇଙ୍କୁ ମୁଁ ସ୍ମରଣ କରୁଛି। ମୁଁ ସଙ୍ଗଠନ କାମକୁ ଭଲ ଭାବେ ଜାଣିଛି। ପୁରୀ ରୋଡ ସୋରେ ଲୋକଙ୍କ ଭିଡ଼ ଦେଖି ମୁଁ ଅଭିଭୂତ। ଆପଣଙ୍କ ଭଲପାଇବା ମୋର ଶକ୍ତି। ମୁଁ ଓଡ଼ିଶାର ସୁଖସମୃଦ୍ଧି ଲାଗି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲି। ମୋଦୀ ସରକାରକୁ ତୃତୀୟ ଥର କେନ୍ଦ୍ରରେ ଦେଖିବାକୁ ଚାହାଁନ୍ତି।

ସେ କହିଛନ୍ତି ଗତ ୨୫ ବର୍ଷ ଭିତରେ ବିଜେଡି ସରକାର କିଛି କରିନି। ଏଠାରୁ ଲୋକେ ଅନ୍ୟ ରାଜ୍ୟକୁ ପଳାୟନ କରୁଛନ୍ତି। ଓଡ଼ିଶାକୁ କିଏ ବରବାଦ କରିଲା? କିଏ ଯୁବକଯୁବତୀଙ୍କ ସ୍ବପ୍ନକୁ ଚୁରମାର କରିଛି? ଏଠିକାର ବିଜେଡି ସରକାରର ଶାସନରେ ଲୋକେ ଅତିଷ୍ଠ। କିଛି ଦୁର୍ନୀତିଗ୍ରସ୍ତ ଲୋକ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଘେରି ରଖିଛନ୍ତି। ଦୁର୍ନୀତିଗ୍ରସ୍ତ ଲୋକଙ୍କ କବଜାରେ ବିଜେଡି ସରକାର। ଓଡ଼ିଶାର ଗରିବୀ ଦେଖି ମୋ ହୃଦୟକୁ ବହୁତ କଷ୍ଟ ହେଉଛି। ମୋ ଓଡ଼ିଶାକୁ କିଏ ଏମିତି ବରବାଦ କରିଦେଲା? ଓଡ଼ିଶା ବରବାଦୀର କାରଣ ହେଲା ବିଜେଡି ସରକାର। ଡିଏମ୍‌ଏଫ୍ ପାଣ୍ଠିରେ ଆମେ ୨୬ ହଜାର କୋଟି ଦେଇଛୁ।

ବିଜେଡି ସରକାରରେ ଜଗନ୍ନାଥଙ୍କ ମନ୍ଦିର ବି ସୁରକ୍ଷିତ ନାହିଁ । ଗତ ୬ ବର୍ଷ ହେଲା ରତ୍ନଭଣ୍ଡାରର ଚାବିର ପତ୍ତା ମିଳୁନି । ଏହା ଘଟଣାରେ୍ ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ କବଜା କରିଥିବା ଲୋକ ହିଁ ସିଧା ସିଧା ଦାୟୀ । ଯାଞ୍ଚ ରିପୋର୍ଟରେ ଏମିତି କଣ ଥିଲା ଯେ, ବିଜେଡି ଏହି ରିପୋର୍ଟ ହିଁ ଚପେଇ ଦେଲା ବୋଲି ପ୍ରଶ୍ନ କରିଛନ୍ତି ମୋଦୀ । ଏଥିସହ ବିଜେଡିର ନୀରବତା ହିଁ ଲୋକଙ୍କ ସନ୍ଦେହ ବଢାଉଛି । ତେବେ ମୋଦୀ ଓଡିଶା ଲୋକଙ୍କୁ ଭରସା ଦେଉଛନ୍ତି ଯେ, ଓଡିଶାରେ ବିଜେପି ସରକାର ହେବା ମାତ୍ରେ, ବିଜେପି ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବ ।

ସେ ଆହୁରି କହିଛନ୍ତି, ଆପଣ ଓଡିଶାରେ ବିଜେପି ସରକାର ବନାନ୍ତୁ । ବିଜେପି ଓଡିଶାର ପୁଅ କିମ୍ବା ଝିଅକୁ ଓଡିଶାର ମୁଖ୍ୟମନ୍ତ୍ରୀ କରିବ । ମୁଁ ପୂର୍ବରୁ ବି କହିଛି, ଆସନ୍ତା ଜୁନ୍ ୧୦ ତାରିଖରେ ଓଡିଶାରେ ଡବଲ ଇଞ୍ଜିନ ସରକାରର ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ଏ ବିଜେଡି ସରକାରର ଯିବା ଧାର୍ଯ୍ୟ । ଏକବିଂଶ ଶତାବ୍ଦୀର ଓଡିଶାକୁ ବିକାଶର ଗତି ଦରକାର । ବିଜେଡି ସରକାର ଏ ଗତି ଦେଇପାରିବନି । ଏବେ ସମୟ ଆସିଛି ବିଜେଡିର ଢିଲା ନୀତି, ଧିମା କାମକୁ ଛାଡି ବିଜେପିକୁ ସରକାରକୁ ଚୟନ କରନ୍ତୁ ବୋଲି କହିଛନ୍ତି ମୋଦୀ ।

ଏଥିସହ ବିଜେଡି ନେତା ଧାନ ଚାଷୀଙ୍କୁ ମଣ୍ଡିରେ ଲୁଟନ୍ତି । ଏଥିପାଇଁ ବିଜେପି ଗ୍ୟାରେଣ୍ଟି ଦେଇଛି, ଚାଷୀଙ୍କୁ ୩୧୦୦ ଟଙ୍କା ଏମଏସପି ଦେବ । ଖାଲି ସେତିକି ନୁହେଁ ୨ ଦିନ ଭିତରେ ଧାନର ପଇସା ତାଙ୍କ ବ୍ୟାଙ୍କ ଖାତାରେ ଜମା ହେଇଯିବ । କଟନୀ ଛଟନୀରୁ ମଧ୍ୟ ମୁକ୍ତ ହେବେ ଚାଷୀ, ମଣ୍ଡିରେ ଇଲେକ୍ଟ୍ରିକ୍ ମେସିନ୍ ମଧ୍ୟ ଲଗାହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *