ଆଜିଠୁ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନିମନ୍ତ୍ରଣକ୍ରମେ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ସହ ପ୍ୟାରିସରେ ଆୟୋଜିତ ଏଆଇ ଆକ୍ସନ ସମିଟରେ ସହ ଅଧ୍ୟକ୍ଷତା କରିବେ। ଏହା ପରେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଇମାନୁଏଲ ମାକରୋଂ ଭାରତ-ଫ୍ରାନ୍ସ ସିଇଓ ଫୋରମକୁ ମଧ୍ୟ ସମ୍ବୋଧିତ କରିବେ, ଯେଉଁଥିରେ ଉଭୟ ଦେଶର ଶ୍ରେଷ୍ଠ ଶିଳ୍ପପତିମାନେ ଅଂଶଗ୍ରହଣ କରିବେ।

ଏହା ପରେ ଫେବ୍ରୁଆରି ୧୨ତାରିଖରେ ଉଭୟ ନେତା ପ୍ରଥମ ବିଶ୍ୱଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଉଭୟ ନେତା ମିଳିତ ଭାବେ ମାର୍ସେଲିରେ ଭାରତୀୟ କନ୍ ସୁଲେଟ୍ ଜେନେରାଲକୁ ଉଦ୍ ଘାଟନ କରିବେ। ଏହା ବ୍ୟତୀତ, ଦୁଇ ନେତାଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହେବ ଯେଉଁଥିରେ ରଣନୈତିକ ଭାଗୀଦାରୀ, ପ୍ରତିରକ୍ଷା ସହଯୋଗ ଏବଂ ବାଣିଜ୍ୟ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରାଯିବ।

Leave a Reply

Your email address will not be published. Required fields are marked *