ରାଜ୍ୟରେ ୧୫ ଦିନ ଭିତରେ ସମଧାନ ହେବ ଭତ୍ତା ସମସ୍ୟା । ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସାଂସଦ ମନମୋହନ ସାମଲ । ସେ କହିଛନ୍ତି ନଗଦ ଆକାରରେ ପେନସନ ପାଉଥିବା ହିତାଧିକାରୀମାନେ ସମସ୍ୟାର ସମ୍ମୁଖୀନ ହୋଇନାହାଁନ୍ତି । ଯେଉଁମାନଙ୍କୁ ଅନଲାଇନ୍ରେ ଭତ୍ତା ଯାଉଛି ସେହି ହିତାଧିକାରୀମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେ ଆଉ ମଧ୍ୟ କହିଛନ୍ତି ଏକ ନୂତନ ସଫ୍ଟୱେର୍ ସିଷ୍ଟମ୍ କାର୍ଯ୍ୟକାରୀ ହେବା ଯୋଗୁଁ ଏହି ବିଳମ୍ବ ହୋଇଛି। ଅପଡେଟ୍ ପ୍ଲାଟଫର୍ମ ଉପରେ କାର୍ଯ୍ୟ ଚାଲିଛି, ଏବଂ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ସମୟାନୁସାରେ ଦେୟ ସୁନିଶ୍ଚିତ କରିବା ପାଇଁ ସମନ୍ୱୟ ସ୍ଥାପନ କରୁଛନ୍ତି। ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ ସେମାନଙ୍କର ଭତ୍ତା ପାଇନାହାଁନ୍ତି, ସେମାନେ ଖୁବ୍ ଶୀଘ୍ର ଏକକାଳୀନ ଦେୟ ପାଇବେ। Post navigation Kalyan Banerjee Attacked: ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ଆକ୍ରମଣ DK Shivakumar to Take Oath on June 3: ଜୁନ୍ ୩ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡିକେ ଶିବକୁମାର; ହେବେ ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ