ହେଲିକପ୍ଟର ନାଁ ଶୁଣିଲେ ଚିହିଁଙ୍କି ପଡ଼ୁଚରି ପାଣ୍ଡିଆନ । ପଚାରନ୍ତୁ କିଆଁ ? ଦିନ ଥିଲା ହେଲିକପ୍ଟରରେ ଉଡିବା ସଉକ ଥିଲା ପାଣ୍ଡିଆନଙ୍କର । କାହିଁକି ବା ନହବ ? ସିଏ ତ ସରକାର । ସିଏ ତ ଦଳ । ତେଣୁ ଦଳ ଓ ସରକାରକୁ ଚଢାଉଥିବା ଲୋକ ପାଖରେ ସମୟ ଭାରି ମୂଲ୍ୟବାନ । ତେଣୁ ହେଲିକପ୍ଟରରେ ଯା’ଅ। ହେଲିକପ୍ଟରରେ ଆସ । କ’ଣ ଅସୁବିଧା ଥୁଲା ଯେ ? କିନ୍ତୁ ଏବେ କାହିଁକି ହେଲିକପ୍ଟର ବଡ ବିପଦ ହେଇ ତାଙ୍କ ମୁଣ୍ଡ ଉପରେ ଘୁରୁଛି ।

କୁହାଯାଏ ବାଘ ଭୟ ଯଉଁଠି ସଂଳ ହୁଏ ସେଇଠି । କ୍ଷମତା ଚାଲିଯିବ ବୋଲି ଭାବିଥିଲେ କି ଶଙ୍ଖ ଦଳିଆ ? କଦାପି ଭାବିନଥିବେ ପାଣ୍ଡିଆନ । ତାଙ୍କ ମୁଣ୍ଡରେ ସିଏମ ହବା ନିଶା ଚଢି ଯାଇଥିଲା । ତେଣୁ ହେଲିକପ୍ଟରରେ ଜନଶୁଣାଣି ନାଁରେ ଘାଇଁଘାଇଁ ହେଇ ରାଜ୍ୟସାରା ବୁଲିଲା ବେଳେ ତାଙ୍କୁ ଭାରି ମଜା ଲାଗୁଥିଲା । ସେତେବେଳେ ଯିଏ ମୁଖୁଆ ଥିଲେ ତାଙ୍କୁ ବି ମଜା ଲାଗୁଥୁଲା ଘରେ ବସି ଅୟସ କରିବାକୁ। ବୁଲାବୁଲି କରି ଦେହହାତ ଦରଜ କରିବେ କାହିଁ କି ? ବରଂ ମାଇ ସେବନ କରି ଟିଭି ଦେଖୁଲେ ମଜା ଅନେକ ।

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ପାଇଁ ରାଜ୍ୟସାରା ହେଲିପ୍ୟାଡ ତିଆରି ହଉଥିଲା । ବାବୁ ଉଡି ଫେରି ଆସିବା ପରେ ହେଲିପ୍ୟାଡ ଭଙ୍ଗା ଯାଉଥିଲା । ଟଙ୍କାର କଇଁ ଅଭାବ ଥିଲା ଯେ ? କିନ୍ତୁ କିଏ ଦଉଥୁଲା, କିଏ ମଞ୍ଜୁର କରୁଥୁଲା, କିଛି ପ୍ରମାଣପତ୍ର କୁଆଡେ ମିଳୁନି।

ହେଲିକପ୍ଟର ସଉକ ଥିବା ଆଉ ଜଣେ ନେତା ହେଲେ ପଣ୍ଡାବାବୁ । କିନ୍ତୁ ତାଙ୍କ ହେଲିକପ୍ଟର ବୁଲାକୁ ପାଣ୍ଡିଆନ ବାବୁ ସହି ପାରିନଥିଲେ। ଚିଲିକା ମାଛ ଅଭିଯୋଗ କରିବାରୁ ପଣ୍ଡାବାବୁଙ୍କ ନାଁରେ ମାମଲା ଖଞ୍ଜି ଦିଆଯାଇଥିଲା । ଏବେ ନିଜେ ପଢିବାକୁ ଯାଉଛନ୍ତି ମାମଲାରେ।

ଟିଟୋ ବାବୁ ଯଉଁ ସୂଚନା ଦେଇଚନ୍ତି ତାକୁ ଯଦି ବିଶ୍ବାସ କରାଯାଏ ତେବେ ହେଲିକପ୍ଟର ଜୁଲା ବାବଦରେ ଏବେ କୁଆଡେ ତଦନ୍ତ ଚାଲିଟି । ରିପୋର୍ଟ ଶୀଘ୍ର ମିଳିଯିବ ବୋଲି ମନ୍ତ୍ରୀ କହିଚନ୍ତି । କେବେ ମିଳିବ ଆମକୁ ଜଣାନାହିଁ । କିନ୍ତୁ ଯଦି ପଦ୍ମ ସରକାର ଗୁନ୍ଦୁରେଇବେ ତା’ହେଲେ ଲୋକେ ଠିକ ଧରିନେବେ । ପାଣ୍ଡିଆନଙ୍କୁ ଘଣ୍ଟା ଘୋଡା ଯାଉଚି ବୋଲି ପରିଷ୍କାର ଜଣାପଡିବ । ସବୁ ତଥ୍ୟ ପ୍ରମାଣକୁ ନଷ୍ଟ କରିଦିଆଯାଇଚି । ଯେତିକି ବି ପ୍ରମାଣ ମିଳିଲାଣି ବାବୁ ମାମୁଘର ଯିବା ଥୟ ।

ଭୋଟ ଦେଲା ବେଳେ ଅଟୋରେ ଯାଇଥିଲେ ବାବୁ । କଟକ ଓ ଧଉଳିଗିରି ଯିବା ବେଳେ ବାବୁ ଯାଇଥିଲେ ହେଲିକପ୍ଟରରେ । ସୁରକ୍ଷା ବ୍ୟବସ୍ଥା ବାବୁଙ୍କ ଚାରିପଟେ ବଳୟ ସୃଷ୍ଟି କରୁଥିଲା । ଏବେ ବାବୁ ନିବାସରେ ବସି ତପସ୍ୟା କରୁଚନ୍ତି। ହେଲେ ଯେତେବେଳେ ହେଲିକପ୍ଟର କଥା ଶୁଣୁଚନ୍ତି, କାହିଁକି କେଜାଣି ଛାଡି ତାଙ୍କର ଥରି ଯାଉଛି।

Leave a Reply

Your email address will not be published. Required fields are marked *